ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ର ଙ୍କ ରିପୋର୍ଟ ।/ଶାସକ ପ୍ରଶାସକ: ଓଡ଼ିଶା ଡ୍ରାଇଭର ମହାସଂଘ ସେପ୍ଟେମ୍ବର ଏକ ତାରିଖରେ ରାଷ୍ଟ୍ରୀୟ ଡ୍ରାଇଭର ଦିଵସ ସାରା ରାଜ୍ୟରେ ପାଳନ କରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ସାରସକଣା ଠାରେ ସାରସକଣା ବ୍ଳକ ଡ୍ରାଇଭର ମହାସଂଘ ତରଫରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଉତ୍ସବ ପାଳନ କରାଯାଇଛି । ମହାସଂଘ ର ସଭାପତି ଶ୍ରୀ ବିଷ୍ଣୁପଦ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ହୋଇ ଥିବାଏହି ଦିବସ ପାଳନ ଅବସରରେ ପ୍ରଥମେ ସାରସକ୍ଷେତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଏହି ଦିବସ ଉତ୍ସବ ପାଳନର ଶୁଭାରମ୍ଭ କରାଯାଇଥିଲା । ଶୁଭାରମ୍ଭ ପରେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଶ୍ରୀ ରବିନ୍ଦ୍ର ସାହୁ ଯିଏ କି ସମସ୍ତଙ୍କ ଅତି ପ୍ରିୟ ବାବୁଲି ଭାଇ ନାମରେ ପରିଚିତ ତାଙ୍କୁ ସଂଘ ତରଫରୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ସମ୍ମାନ ଜଣାଇଥିଲେ । ପରବର୍ତ୍ତୀ ସମୟରେ ସଂଘ ତରଫରୁ ଏକ ବାଇକ୍ ରାଲି ସାରସକ୍ଷେତ୍ର ରୁ ଜୟ ଜଗନ୍ନାଥ , ଡ୍ରାଇଭର ଏକତା ଜିନ୍ଦାବାଦ ସହ ରାଷ୍ଟ୍ରୀୟ ଡ୍ରାଇଭର ଦିବସ କୁ ନେଇ ବିଭିନ୍ନ ପ୍ରକାରର ଧ୍ଵନୀ ରେ ପ୍ରକମ୍ପିତ କରି ଝାରପୋଖାରିଆ ବଜାର ପର୍ଯ୍ୟନ୍ତ ଆସିଥିଲେ ।
ଝାରପୋଖରିଆ ଠାରେ ସଂଘ ତରଫରୁ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମଦମୁକ୍ତ ଗାଡ଼ିଚଳନା ଓ ବିପଦ ବେଳେ ପରସ୍ପର ମଧ୍ୟରେ ସମସ୍ତଙ୍କୁ ସାହାଯ୍ୟ କରିବା ଏବଂ ଗାଡ଼ି ଚାଲାଣ ରେ ବିଭିନ୍ନ ପ୍ରକାର ସଚେତନତା ଅବଲମ୍ବନ କରିବା ମୁଖ୍ୟ ଉଦେଶ୍ୟ ଥିଲା ।ଉପସ୍ଥିତ ସ୍ଥାନୀୟ ଝାରପୋଖରିଆ ଥାନା ର ଏସ ଆଇ ମୋନାଲିସା ବେହେରା, ଏ ଏସ ଆଇ ଗଦାଧର ଭୋଇ ଙ୍କ ସହିତ ଅନ୍ୟ ପ୍ରମୁଖ ପୁଲିସ ଅଧିକାରୀ ଓ ସ୍ଥାନୀୟ ସାମ୍ବାଦିକ ମଳୟ ନାୟକ, ମୋହିତ କୁମାର ମଣ୍ଡଳ,ଦିପୁ ମହାପାତ୍ର ଏବଂ ବାସୁଦେବ ପାତ୍ର ପ୍ରମୁଖ ମାନଙ୍କୁ ଉପଢୌକନ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସଂଘର ଉପସଭାପତି ଜିତେନ୍ଦ୍ର ନାଥ ବୈଠା,ସମ୍ପାଦକ ବ୍ରଜ ସୁନ୍ଦର ବସୋରୀ,ସହ ସଂପାଦକ କମଲ ପାତ୍ର, କୋଷାଧ୍ୟକ୍ଷ ଯଦୁମଣି ନାଏକ , ଉପଦେଷ୍ଟା ମଣ୍ଡଳୀର ଅଶୋକ ମାଲ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଅନ୍ୟ ସଦସ୍ୟ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।