ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂ ପକ୍ଷରୁ କୁରୁଗୁଡା ଗ୍ରାମରେ ପିଏମ- ଜନମନ କାର୍ଯକ୍ରମ

3

୧୧ଟି ମୌଳିକ ସୁବିଧା ପାଇବେ ପିଭିଟିଜି : ସ୍ଵତନ୍ତ୍ର ଅଧିକାରୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମର ଦଶମ ଦିନରେ ଚିନାସାରି ଗ୍ରାମ ପଞ୍ଚାୟତର କୁରୁଗୁଡା ଚର୍ଚ୍ଚ ଠାରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଥିରେ ଆଖପାଖ ୬ଟି ଗ୍ରାମର ୨୦୦ରୁ ଉର୍ଦ୍ଧ୍ଵ ଲୋକ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଅବଗତ ହୋଇଛନ୍ତି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହଙ୍କୁ ନ୍ୟୁନତମ ୧୧ଟି ମୌଳିକ ସୁବିଧା ଉପଲବ୍ଧ କରାଇବା ଏହି ଯୋଜନାର ଲକ୍ଷ ବୋଲି କହିଛନ୍ତି ଶ୍ରୀମତୀ ରାଓ । ଏହି ଶିବିରରେ ଚ଼ିନାସାରି ପଞ୍ଚାୟତର ସରପଞ୍ଚ ରାଜେଶ ସବର, ଏସ୍‌ଡ଼ିଓ, ଟିପିଏସ୍ଓଡିଏଲ, ଶ୍ରୀ ପି . ପାଢ଼ି, ଜଗନ୍ନାଥପୁର ଏମ୍.ଏଚ୍ ୟୁ ଡାକ୍ତର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ, ଆଇଟିଡିଏ, ଗୁଣୁପୁର, ଜିଲ୍ଲା ନିଯୋଜନ କାର୍ଯ୍ୟାଳୟର ପ୍ରତିନିଧି, ପିଇଓ ଚିନାସାରୀ, ଶିବ ପ୍ରସାଦ ରଥ, ଆଇସିଡିଏସ୍ ସୁପରଭାଇଜର ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳର ପିଭିଟିଜି ମାନଙ୍କ ପାଇଁ ଉପଲବ୍ଧ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ଆଜିର ଏହି ଶିବିରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୪ ଜଣଙ୍କ ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୫୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏଥିସହିତ ୭ଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ସେହିପରି ଆଜି ଜଣେ ଯକ୍ଷ୍ମା ରୋଗୀ ଥିବା ଚିହ୍ନଟ କରାଯାଇଥିବା ବେଳେ ୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଛି । ଜିଲ୍ଲା ନିଯୋଜନ କାର୍ଯ୍ୟାଳୟ ତରଫରୁ ୪୬ଜଣ ବେକାରି ଯୁବକ ଯୁବତୀଙ୍କ ପଞ୍ଜିକରଣ କରାଯାଇ ଧନ୍ଦା ମୂଳକ ତାଲିମ ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି । ଏହି ଶିବିର ୭ଟି ପଞ୍ଚାୟତର ଅନ୍ୟ ସମସ୍ତ ଲାଞ୍ଜିଆ ସୌରା ଗ୍ରାମ ଗୁଡିକରେ ଆସନ୍ତା ଦିନ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ଟିମ ଲିଡର ଶ୍ରୀ ଦୁର୍ଯୋଧନ ପ୍ରଧାନ ଓ ଏମଆଇଏସ ଗଣେଶ ଶ୍ରୀରାମ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

 

Leave A Reply

Your email address will not be published.