ବାଣପୁର: (ସେକ କୌସର) :ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବାଣପୁର ସତସଙ୍ଗ ବିହାରର ସଭାପତି ତଥା ସାମ୍ବାଦିକ ଓ ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ବଡ଼ ଦାଦା ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ଆଜି ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ଅଗ୍ରୱାଲ ଜଣେ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ବାଣପୁର ଅଞ୍ଚଳର ବହୁ ଧାର୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଣେ ମିଷ୍ଟଭାସି, ପରୋପକାରୀ ଏବଂ ବଦାନ୍ୟ ବ୍ୟକ୍ତି ଭାବେ ସମଗ୍ର ବାଣପୁର, ବାଲୁଗାଁ ଅଞ୍ଚଳରେ ସେ ବେଶ ଜଣାଶୁଣା ଥିଲେ। ତାଙ୍କର ବିୟୋଗରେ ଆତ୍ମୀୟ ଏବଂ ସହପାଠୀ ମାନେ ମ୍ରିୟମାଣ ହୋଇପଡିଛନ୍ତି। ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କ ଶେଷକୃତ ସ୍ଥାନୀୟ ଅଗ୍ରୱାଲ ସମାଜ ସ୍ମଶାନରେ ସମ୍ପନ୍ନ ହୋଇଥିଲା।
ତେବେ ବିୟୋଗ ଖବର ପାଇ ସ୍ୱର୍ଗତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ, ବାଣପୁର ଓ ବାଲୁଗାଁ ସତସଙ୍ଗ ବିହାର କର୍ମକର୍ତ୍ତା, ବାଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା, ବାଣପୁର ଓକିଲ ସଂଘ କର୍ମକର୍ତ୍ତା, ବାଣପୁର-ବାଲୁଗାଁ ଅଞ୍ଚଳର ବହୁ ସାମ୍ବାଦିକ, ସମାଜସେବୀ ଏବଂ ସ୍ଥାନୀୟ ଜନସାଧାରଣମାନେ ଶେଷ ଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.