ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ)ଙ୍କ ନୟାଗଡ଼ ଜିଲ୍ଲା ଗସ୍ତ

4

ନୟାଗଡ଼(ବିଶ୍ଵଜିତ ନାୟକ) – ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ(କେନ୍ଦ୍ରାଂଚଳ) ଶ୍ରୀ ହେମନ୍ତ କୁମାର ନାୟକ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି   ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି  |  ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସ୍ୱାଗତ କରାଯାଇଥିଲା । ପ୍ରଥମେ ଶ୍ରୀ ନାୟକ କାର୍ଯ୍ୟାଳୟରେ ଅବସ୍ଥିତ ପାଠାଗାର ତଥା ସୂଚନା କେନ୍ଦ୍ରର ସମସ୍ତ ରେକର୍ଡ ଯଥା- ପାସବୁକ୍‌,ରୋକଡ଼ ବହି,ପୁସ୍ତକ ଗ୍ରହଣ ରେଜିଷ୍ଟର,ଷ୍ଟକ୍ ରେଜିଷ୍ଟର ଇତ୍ୟାଦି ତଦାରଖ କରିଥିଲେ । ପରେ ପରେ କାର୍ଯ୍ୟାଳୟର ରୋକଡ଼ ବହି ,ନିର୍ଗମିତ ପତ୍ର ରେଜିଷ୍ଟର,ବିଲ ରେଜିଷ୍ଟର,ଉପସ୍ଥାନ ରେଜିଷ୍ଟର ଇତ୍ୟାଦି ତନଖି କରିଥିଲେ । ଏହା ପରେ ଭାର ରକ୍ଷକଙ୍କ ପାଖରେ ଥିବା ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଅନ୍ୟାନ୍ୟ ସମସ୍ତ ଜିନିଷ ପତ୍ର ତନଖି କରି ଖରାପ ବା ନଷ୍ଟ ହୋଇଯାଇଥିବା ଜିନିଷଗୁଡ଼ିକ ନିଲାମ କରିବା ପାଇଁ ନିର୍ଦ୍ଦେଶ  ଦେଇଥିଲେ । ଏହାପରେ ଦୃଶ୍ୟଶ୍ରାବ୍ୟ ଜିନିଷର ଷ୍ଟକ୍ ରେଜିଷ୍ଟର ତଦାରଖ କରିବା ସହ ଗଚ୍ଛିତ ଥିବା ଉପକରଣ ଗୁଡ଼ିକର ସ୍ଥିତି ପରଖି ଥିଲେ । କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ଶାଖା ସହ ସୂଚନା କେନ୍ଦ୍ର ତଥା ପାଠାଗାର ବୁଲି ଦେଖିଥିଲେ ।

କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ରାତ୍ରଜଗୁଆଳି ସହ ଅନ୍ୟାନ୍ୟ ପଦବୀ ଗୁଡ଼ିକ ପୂରଣ କରିବା ପାଇଁ ଗମ୍ଭିରତାର ସହ ବିଚାର କରି ବିଭାଗକୁ ଜଣାଇବା ପାଇଁ ପ୍ରତିଶୃତି ଦେଇଥିଲେ । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଗୁରୁତ୍ୱ ବିଷୟରେ ବୁଝାଇ କହିଥିଲେ ଯେ, ବର୍ତ୍ତମାନ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଆମ ବିଭାଗର ଗୁରୁଦାୟିତ୍ୱ ।  ସମନ୍ୱୟ ରକ୍ଷା କରି ସମସ୍ତେ ସମସ୍ତଙ୍କ କାମ ଠିକ୍ ସମୟରେ ସାରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଅପରାହ୍ନରେ କାର୍ଯ୍ୟାଳୟ ତରଫରୁ ସମ୍ମାନ ଓ ସମ୍ବର୍ଦ୍ଧନା ପୂର୍ବକ ବିଦାୟ ଦିଆଯାଇଥିଲା ।

Leave A Reply

Your email address will not be published.