ଅର୍ଥ ବିଭାଗ ସଚିବାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ

4

ଅର୍ଥ ବିଭାଗର ଅଜିତ ଶ୍ରେଷ୍ଠ ଖେଳାଳି ଓ ଆଲୋକ ଆଲବର୍ଟ ଶ୍ରେଷ୍ଠ ଗୋଲ ରକ୍ଷକ

ଭୁବନେଶ୍ୱର ୩୦.୦୮.୨୪ – ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘ ପକ୍ଷରୁ ସଚିବାଳୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ଅନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚିତାକର୍ଷକ ଫାଇନାଲ ମ୍ୟାଚରେ ଅର୍ଥ ବିଭାଗ ସଡନ ଡେଥ ଗୋଲ ମାଧ୍ୟମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗକୁ ପରାସ୍ତ କରି ଚମ୍ପିୟାନ ହୋଇଛି .
ଆଜିର ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥିଭାବେ ଯୋଗଦେଇ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ସଚିବାଳୟ ମିନି ଷ୍ଟାଡିୟମଠାରେ ବିଭିନ୍ନ ଖେଳର ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ଆୟୋଜକ ଓ ଖେଳାଳିମାନଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କୃତି ଦଳ ଓ ଖେଳାଳିମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରି ଉତ୍ସାହିତ କରିଥିଲେ I ସମ୍ମାନିତ ଅତିଥିଭାବେ ଭାରତୀୟ ଜନତା ଦଳ ଓଡିଶା ପ୍ରଦେଶର ଉପ ସଭାପତି ଶ୍ରୀ ଗୋଲଖ ମହାପାତ୍ର, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ଚିନ୍ମୟ ସାହୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I
Imageଫାଇନାଲ ମ୍ୟାଚରେ ଉଭୟ ଦଳ ବାରମ୍ବାର ଆକ୍ରମଣ କରିବା ସତ୍ତ୍ୱେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୋଲ କରିବାକୁ ସକ୍ଷମ ହୋଇନଥିଲେ I ପେନାଲଟି ସୁଟଆଉଟରେ ଉଭୟଦଳ ଦୁଇଟି ଲେଖାଏଁ ଗୋଲ କରି ସମାନ ସ୍ଥିତିରେ ରହିଲେ I ପରିଶେଷରେ ଅର୍ଥ ବିଭାଗ ଖେଳାଳି ସଡନ ଡେଥ
ସୁଟଆଉଟରେ ଗୋଲକରି ଦଳକୁ ବିଜୟ କରାଇଥିଲେ I
ତୃତୀୟସ୍ଥାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରୋଶନ ସମଦ ଓ ମନୋଜ ସିଂଙ୍କ ଗୋଲ ସହାୟତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜୟ ଲାଭ କରିଥିଲା I
Imageଅର୍ଥ ବିଭାଗର ଆଲୋକ ଆଲବର୍ଟ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଗୋଲ ରକ୍ଷକ, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଅଜିତ, ଶ୍ରେଷ୍ଠ ସ୍କୋରର ମନୋଜ, ଶ୍ରେଷ୍ଠ ଡେ଼ଫେଣ୍ଡର ଗୋବର୍ଦ୍ଧନ ହେମ୍ବ୍ରମ, ଉଦୀୟମାନ ଖେଳାଳି ଭାବେ ରୋଶନ ସମଦ ଏବଂ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପୁରସ୍କୃତ ହୋଇଥିଲେ I

ମ୍ୟାଚଗୁଡିକୁ ସୂଦୀପ ଦାସ, ବାରୂଦ ବିହାରୀ ପ୍ରଧାନ, ଅମିତ ନାୟକ, ବିଜୟ ମଙ୍ଗରାଜ ପରିଚାଳନା କରିଥିବାବେଳେ ସଂଘର ସଭାପତି, ସାଧାରଣ ସମ୍ପାଦକ ଓ ସଦସ୍ୟମାନଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟଟି ଆୟୋଜିତ ହୋଇଥିଲା I

Leave A Reply

Your email address will not be published.