କୋଷାଗୁମୁଡା. 29.08.2024,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ରହିଛି ମୋଟ ୨୬ଟି ପଂଚାୟତ ଓ ୨୬ଟି ପଂଚାୟତ ରେ ୨୬ଜଣ ନିର୍ବାଚିତ ସମିତି ସଭ୍ୟ ମଧ୍ୟ ଅଛନ୍ତି |ପ୍ରତିବର୍ଷ ବ୍ଲକରେ ଆସୁଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ପଂଚାୟତର ସରପଞ୍ଚ, ପିଓ ଏବଂ ୱାର୍ଡ ସଭ୍ୟମାନେ ଭାଗବଣ୍ଟା କରୁଥୁବା ବେଲେ ସମିତି ସଭ୍ୟମାନେ ଆଃ କରି ଅନେଇ ରହୁଛନ୍ତି | ସେମାନଙ୍କୁ କୌଣସି କାର୍ଯ୍ୟ ଦିଆଯାଉନି |ନାମକୁ ମାତ୍ର ପଂଚାୟତ ସମିତି ସଭ୍ୟ ଭାବେ ରହିଯାଉଛନ୍ତି |ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଣଦେଖା କରାଯାଉଛି। ସାଧାରଣ ନିର୍ବାଚନ ପୂର୍ବ ରୁ କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକର ସମସ୍ତ ସମିତି ସଭ୍ୟ ମାନଙ୍କୁ ନେଇ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ , ବ୍ଲକ ଅଧକ୍ଷା ସର୍ବେଶ୍ୱରୀ ମାଝୀ,ବ୍ଲକ ଉପାଧକ୍ଷ ଯୋଗେନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ସେମାନଙ୍କ ପଂଚାୟତ ସ୍ତରୀୟ ସମସ୍ୟା ଗୁଡିକୁ ବୁଝିଥିଲେ |ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରତି ପଂଚାୟତର ସମିତି ସଭ୍ୟ ମାନଙ୍କୁ ଗୋଟିଏ ଲେଖାଏ କାମ ଯୋଗେଇ ଦେବାର ନିଷ୍ପତି ନିଆଯାଇଥିଲା ଏବଂ ରେଜୁଲେସନ ମଧ୍ୟ ପାରିତ କରାଯାଇଥିଲା। ପରବର୍ତୀ ସମୟରେ ସ୍ତରୀକୃତ ରେଜୁଲେସନ କୁ ଆଧାର କରି କୋଷାଗୁମୁଡା ବ୍ଲକ ବିଡ଼ିଓ ବ୍ଲକର ପଂଚାୟତ ସମିତି ବୈଠକ ରେ ସ୍ଥିରୀକୃତ ତାଲିକା ପ୍ରସ୍ତୁତ କରି ସିଡିଓଙ୍କୁ ୧୧/୧୨/୨୦୨୩ ପତ୍ର ସଂଖ୍ୟା -୨୬୧୦ ଦିନ ଏକ ପତ୍ର କରିଥିଲେ | ଉକ୍ତ ପତ୍ରରେ ବ୍ଲକର ପ୍ରତ୍ୟେକ ପଂଚାୟତକୁ ସାମିଲ କରାଯାଇଥିଲା ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ଏସ.ଏଫ୍.ସି, ଓଆରଏସ ଅନ୍ୟ ଫଣ୍ଡରୁ ୨୦୨୩-୨୦୨୪ ବର୍ଷ ପାଇଁ ଅଟକଳ ମୂଲ୍ୟ – ୩୭୩୮୪୮୮ ଟଙ୍କା ମଞ୍ଜୁର କରିବାକୁ ଅନୁରୋଧ କରିଥିଲେ | କିଛି ସମିତି ସଭ୍ୟ ନିଜ ପଂଚାୟତ ପାଇଁ ପ୍ରସ୍ତାବିତ ହୋଇଥିବା କାମ ମିଳିବ ଜାଣି ଆଗତରା ହାତରୁ ଟଙ୍କା ଖର୍ଚ୍ଚ କରି କାମ ସବୁ ଆରମ୍ଭ କରିଦେଇଥିବା ବେଳେ ଏବେ ସବୁ ଅଲଟା ପାଲଟିଥିବା ଖବର ସାମ୍ନା କୁ ଆସିଛି। ବିଡିଓଙ୍କ ପଠାଇ ଥିବା ପତ୍ର କୁ ଖାରଜ କରି ନୂତନ ଭାବେ କିଛି ନିର୍ଦ୍ଧିଷ୍ଟ ପଂଚାୟତରେ ହିଁ ନୂତନ ଅଟକଳ ମୂଲ୍ୟ ବାବଦକୁ କାମ ଆରମ୍ଭ କରିବା ପାଇଁ ଓଡିଶା ସରକାର ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ଦ୍ୱାରା ୧୫/୧୨/୨୦୨୩ ଦିନ ଚିଠି ସଂଖ୍ୟା – ୨୮୯୯୨ ଏକ ନୂତନ ନିର୍ଦେଶନାମା ଜାରି ହୋଇଛି ଓ ସେ କାର୍ଯ୍ୟସବୁ ଆରମ୍ଭ କରି ସେସ ମଧ୍ୟ ହେଇଥିବା ଦେଖିବାକୁ ମିଳିଛି ଓ କିଛି କାମ ଆରମ୍ଭ ହିଁ ହୋଇନି | ପୂର୍ବ ରୁ ପ୍ରସ୍ତାବିତ କାର୍ଯ୍ୟ ଆରମ୍ଭ କରିଥିବା ସମିତି ସଭ୍ୟମାନେ ବ୍ୟୟ କରିଥିବା ଟଙ୍କା କେମିତି ଭରପାଇ କରିବେ ତାକୁ ନେଇ ବର୍ତମାନ ଚିନ୍ତାରେ ପଡି ଯାଇଛନ୍ତି | ଯାହାକୁ ନେଇ ବ୍ଲକ ର ସମସ୍ତ ସମିତି ସଭ୍ୟ ମିଳିତ ଭାବେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯାହାର କି ଆଜିପର୍ଯ୍ୟନ୍ତ କିଛି ତଦନ୍ତ ହୋଇନଥିବା ସୂଚନା ଜଗ୍ୟ। ଉପର ସ୍ତରରୁ ପାସ ହୋଇକି ଆସିଥିବା ତାଲିକାରେ କୋଷାଗୁମୁଡା ବ୍ଲକର ମାତ୍ର ୫ଟି ପଂଚାୟତ (କୋଷାଗୁମୁଡା, ପଣ୍ଡୁଗୁଡା, ଚିରାମା, ସେମଲା ଓ ବି.ଏମ.ସେମଲା) ର ହିଁ ନାମ ତାଲିକା ରହିଛି ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ୬ ରୁ ୮ ଲକ୍ଷ ଲେଖାଏ ଟଙ୍କା ମଂଜୁର ହୋଇଛି ଯାହାକୁ ନେଇଁ ଏବେ ସମିତି ସଭ୍ୟ ଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ଦେଖିବାକୁ ମିଳୁଛି | ବିଡ଼ିଓ ଙ୍କ ବିନା ଅନୁମତି ରେ ସମିତି ସଭ୍ୟ ଙ୍କ ଅଜାଣତ ରେ ଏହା କେମିତି ହେଲା? ଏହାର ପଛ ରେ କାହାର ମୁଖ୍ୟ ଭୂମିକା ରହିଛି? ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇ ରହିଯାଇଛି | ତେଣୁ ବର୍ତମାନ ର ନୂତନ ସରକାର ଏହାର ଉଚ୍ଚ ସ୍ତରୀୟ ସିବିଆଇ ତଦନ୍ତ କରିବାକୁ ସମସ୍ତ ସମିତି ସଭ୍ୟ ଏବଂ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ପାଖେ ପୁନର୍ବାର ଦାବୀ କରୁଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post