ଭୁବନେଶ୍ୱର:ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲ ଷ୍ଟୋନ ଅତିକ୍ରମ କରିଛି ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର । ସଡ଼କ ଦୁର୍ଘଟଣାରେ ମୁହଁର ଅଧିକାଂଶ ଅଂଶ ନଷ୍ଟ ହୋଇଥିବା ଜଣେ ମଧ୍ୟବୟସ୍କ ମହିଳାଙ୍କର ଏକ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ମୁହଁ ପୁନର୍ନିମାଣ ଅପରେସନ୍ ସଫଳତାର ସହ କରାଯାଇଛି । ୨୦୨୪ ମସିହା ଏପ୍ରିଲ ମାସରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୁହଁର ଗାଲ, ହାଡ଼, ହନୁ ହାଡ଼ ଓ ଅର୍ବିଟ୍ ଇତ୍ୟାଦି ଗୁରତର ଭାବରେ ଭାଙ୍ଗିଯାଇଥିଲା । ଫଳରେ ମହିଳାଙ୍କ ଦୃଷ୍ଟିଶକ୍ତି କମିବା ସହିତ ସ୍ନାୟୁଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କର ସୌନ୍ଦର୍ଯ୍ୟ ମଧ୍ୟ କ୍ଷତିଗ୍ରସ୍ତ ହେଲା । ଏମିତି ସମୟରେ ସେ ଆତ୍ମବିଶ୍ୱାସ ହରାଇଥିଲେ । ପୁଣିଥରେ ସ୍ୱାଭାବିକ ଜୀବନକୁ ଫେରିବେ, ଏହା ତାଙ୍କର କଳ୍ପନା ବାହାରେ ଥିଲା ।
ଅପରେସନ୍ ଜନିତ ଯନ୍ତ୍ରଣା ତଥା ଜଟିଳତା ବାବଦରେ ଭାବି ଭାବି ମହିଳାଜଣକ ଖୁବ୍ ବିଚଳିତ ହୋଇପଡ଼ିଲେ । ଏପରି ଚିନ୍ତାରେ ୨ ମାସ ଯାଏଁ ନିଜର ଚିକିତ୍ସା ସେ କରାଇ ନଥିଲେ । ତେବେ ଦିଶା ଦେଖାଇଲା ଭୁବନେଶ୍ୱର ସ୍ଥିତ ମଣିପାଲ୍ ହସ୍ପିଟାଲ୍ । ଦୁର୍ଘଟଣାଗ୍ରସ୍ତ ମହିଳା ଅନେକ ଆଶା ନେଇ ଏଠାକୁ ଆସିଥିଲେ । ସ୍ଥିତିକୁ ଭଲ ଭାବରେ ତଦାରଖ କରିବା ପରେ ମଣିପାଲ୍ ହସ୍ପିଟାଲ୍ରେ କାର୍ଯ୍ୟରତ କନସଲଟାଂଟ୍ ମାକ୍ସିଲୋଫେସିଆଲ୍ ସର୍ଜନ୍ ଡାକ୍ତର ହର୍ଷ ମୋହନ ପାଠକ ମହିଳାଙ୍କୁ ଆଶ୍ୱାସନା ଦେଇଥିଲେ । ମୁହଁର ଭାଙ୍ଗିଯାଇଥିବା ଅଂଶ ଯେପରି ପୁଣିଥରେ ଗଢ଼ିହେବ, ସଂପୃକ୍ତ ମହିଳା ନିଜର ସୌନ୍ଦର୍ଯ୍ୟ ଓ ଆତ୍ମବିଶ୍ୱାସ ଯେପରି ଫେରି ପାଇବେ- ଡାକ୍ତର ପାଠକ ସେ ଦାୟିତ୍ୱ ହାତକୁ ନେଲେ ।
ନାନା ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସୁକ୍ଷ ଉପକରଣ ପ୍ରୟୋଗ କରି ଡାକ୍ତର ପାଠକ ଅତ୍ୟନ୍ତ ସାବଧାନତାପୂର୍ବକ ମହିଳାଙ୍କ ମୁହଁର ଅପରେସନ୍ କଲେ । ଅପରେସନ୍ ଜଟିଳ ଥିଲେ ବି ଡାକ୍ତର ପାଠକ ନିଜ କାର୍ଯ୍ୟକୁ ସୁଚାରୁ ଭାବରେ ତୁଲାଇଲେ । ଆଉ ଫଳାଫଳ ଆଖି ସାମ୍ନାରେ । ଅପରେସନ୍ ସଫଳ ହେବା ସହିତ ମହିଳା ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଡାକ୍ତର ପାଠକଙ୍କ ମତରେ, “ଆଗକୁ ମଧ୍ୟ ମହିଳାଜଣକ ଅପରେସନ୍ ଜନିତ ଜଟିଳତା ଭୋଗିବେନି, ଏକ ସ୍ୱାଭାବିକ ଜୀବନ ବିତାଇ ପାରିବେ । ସମୟ ଉପଯୋଗୀ ଚିକିତ୍ସା ଦ୍ୱାରା ଓଡ଼ିଶାରେ ପ୍ରଥମ ଥର ପାଇଁ ଏମିତି ଏକ ବିରଳ ତଥା ଆହ୍ୱାନଭରା ଅପରେସନ୍ ସଫଳ ଓ ସମ୍ଭବ ହୋଇପାରିଛି ।”
ମାକ୍ସିଲୋଫେସିଆଲ୍ ସର୍ଜରୀ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ମଣିପାଲ୍ ହସ୍ପିଟାଲ୍ ଏକ ଭରସାଯୋଗ୍ୟ ସ୍ୱାସ୍ଥ୍ୟ ସଂଗଠନ । ଦୁର୍ଘଟଣା ଦ୍ୱାରା ମୁଖ ବିଗିଡ଼ି ଯାଇଥିଲେ ଏହାର ପୁନର୍ନିମାଣ ମଣିପାଲ୍ ହସ୍ପିଟାଲ୍ରେ ଉପଲବ୍ଧ । ଏଠାରେ କାର୍ଯ୍ୟ କରୁଥିବା ଅଭିଜ୍ଞ ସର୍ଜନ୍ ତଥା ବିଶେଷଜ୍ଞମାନେ ବେଶ୍ ତତ୍ପରତା ସହିତ ଚିକିତ୍ସା କରନ୍ତି, ଦୁର୍ଘାଟଣାଗ୍ରସ୍ତ ରୋଗୀଙ୍କର ଆତ୍ମବିଶ୍ୱାସ ଫେରାଇ ପାରନ୍ତି । ମୁଖ ପୁନର୍ନିମାଣ ବା ଫେସିଆଲ୍ ରିକନ୍ଷ୍ଟ୍ରକ୍ସନ୍କୁ ବାଦ୍ ଦେଲେ ଓରାଲ୍ ଅଙ୍କୋଲୋଗି, କସମେଟିକ୍ ସର୍ଜରୀ, ଡେଂଟାଲ୍ ଇମପ୍ଲାଂଟ୍ ଆଦି ଚିକିତ୍ସା ଏଠାରେ ସଫଳତାପୂର୍ବକ ଏଠାରେ କରାଯାଉଛି । ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି, ଅସ୍ତେ୍ରାପଚାର ଉପକରଣ ଏବଂ ଜ୍ଞାନକୌଶଳ ପାଇଁ ମଣିପାଲ୍ ହସ୍ପିଟାଲ୍ ସାରା ଭାରତରେ ଜଣାଶୁଣା । ଅନୁରୂପ ଭାବରେ ଏହାର ଭୁବନେଶ୍ୱର ଶାଖା ମଧ୍ୟ ରୋଗୀସେବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ବିରଳ ସ୍ଥିତିରେ ବି ରୋଗୀ ଯେପରି ସୁସ୍ଥ ହୋଇ ଘରକୁ ଫେରିବେ, ସେ ଦିଗରେ ପ୍ରତିଶ୍ରୁତିବଦ୍ଧ ଭୁବନେଶ୍ୱର ସ୍ଥିତ ମଣିପାଲ୍ ହସ୍ପିଟାଲ୍ ।