ବ୍ୟବସାୟୀଙ୍କ ଅକାଳ ବିୟୋଗ

4

ପଦ୍ମପୁର :- ସ୍ଥାନୀୟ ଥାନା ଛକ ରେ ଅବସ୍ଥିତ ସର୍ବ ପୁରାତନ କେସଟ୍ ରେକର୍ଡିଂ ଓ ଡାଉନଲୋଡ଼ିଂ ସେଣ୍ଟର୍ ମନମିତ୍ ଇଲେକ୍ଟ୍ରୋନିକ୍ସ ର ମାଲିକ ମଖନ୍ ସିଂହଙ୍କର ୫୮ ବର୍ଷ ବୟସରେ ଗତ ୨୬/୦୮ ରାତି ୨ଟା ସମୟରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି। ସେ ଜଣେ ଭଦ୍ର ଓ ଆମାୟିକ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଫ୍ରେଣ୍ଡସ୍ କ୍ଲବର ସେ ସଭାପତି ଥିବା ସହ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟରେ ଜଡିତ ଥିଲେ ଏବଂ ଜୟଗୁରୁ ସଂସ୍ଥାର ସକ୍ରିୟ ସଦସ୍ୟ ଥିଲେ। ଗତ କାଲି ସନ୍ଧ୍ୟାରେ ତାଙ୍କର ମର ଶରୀର ରାୟପୁରରୁ ପହଞ୍ଚିଲା ପରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ନିକଟସ୍ଥ ରାଜବାଟୀ ଶ୍ମଶାନଘାଟରେ କରା ଯାଇଥିଲା। ତାଙ୍କର ବଡ଼ ପୁଅ ମନମିତ୍ ସିଂହ ମୁଖାଗ୍ନି ଦେଇଥିଲେ।ସେ ତାଙ୍କ ପଛରେ ତାଙ୍କ ସ୍ତ୍ରୀ ରଞ୍ଜିତା କୌର୍ ଏବଂ ଦୁଇ ପୁଅ ମନମିତ୍ ଓ ଗୁରୁପ୍ରିତ୍ ଙ୍କୁ ଛାଡି ଯାଇଛନ୍ତି। ତାଙ୍କର ଅକାଳ ବିୟୋଗରେ ପଦମପୁର ରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.