ନବରଙ୍ଗପୁର ୨୮.୮ :ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର କୁଟୁବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛାଲିପିଟା ଗ୍ରାମ ର ସଦନ କଲାର ଙ୍କ ଚାରି ପୁଅ କମଳ କଲାର, ଗିରିଧର କଲାର, ଚନ୍ଦନ କଲାର ଏବଂ ଦିନୁ କଲାର ମାଂସ ପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କମଳ କଲାର ଏବଂ ଗିରିଧର କଲାର ଙ୍କ ଏହା ମଧ୍ୟରେ ମୃତ୍ୟୁ ଘଟିଛି l ଚନ୍ଦନ କଲାର ଏବଂ ଦିନୁ କଲାର ଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ଵାରା ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ସହ ଅଧିକ ଚିକିତ୍ସା ନିମନ୍ତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ପରବର୍ତ୍ତୀ ସମୟରେ ଭୁବନେଶ୍ଵର ସ୍ଥିତ(AIMS) ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା ରେ ଚିକିତ୍ସା କଲାପରେ ମାଂସ ପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା l
ପ୍ରକାଶ ଥାଉ କି ଏହି ରୋଗର କୌଣସି ଉପଯୁକ୍ତ ନିରାକରଣ ପାଇଁ ବ୍ୟବସ୍ଥା ନାହିଁ l ମାଂସ ପେଶୀ ଜନିତ ରୋଗର ଭୁବନେଶ୍ଵର ସ୍ଥିତ(AIMS) ଅଖିଳ ଭାରତୀୟ ଚିକିତ୍ସା ସଂସ୍ଥା ତରଫରୁ ପ୍ରମାଣପତ୍ର ପାଇବା ପରେ ସରକାରଙ୍କ ନିୟମ ଅନୁଯାୟୀ ଶ୍ରୀ ସଦନ କଲାର ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ନବରଙ୍ଗପୁର ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୮୪୪୬ ତା ୦୧.୦୭.୨୦୨୪ ରିଖ ଅନୁରୋଧ କ୍ରମେ ରାଜ୍ୟ ସରକାର ଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପତ୍ର ସଂଖ୍ୟା ୨୧୯୧୪ ତା ୨୯.୦୭.୨୦୨୪ ରିଖ ଦ୍ଵାରା ସଦନ କଲାର ଙ୍କ ଜୀବିତ ଦୁଇ ପୁତ୍ରଙ୍କ ଉପଯୁକ୍ତ ଆବଶ୍ୟକୀୟ ଚିକିତ୍ସା ପାଇଁ ଦଶଲକ୍ଷ ଟଙ୍କା ହିସାବରେ ଦୁଇ ପୁତ୍ର ଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରିଛନ୍ତି l ଶ୍ରୀ କଲାର ନିଜର ଦୁଇ ପୁତ୍ରଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କୋଡ଼ିଏ ଲକ୍ଷ ଟଙ୍କା ସହାୟତା ମିଳିଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ସାଧୁବାଦ ଜଣାଇଛନ୍ତି l