ଗୋରୁ ବ୍ୟବସାୟୀଙ୍କ ସୁରକ୍ଷା ନିମନ୍ତେ ଦଶ ଦଫା ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିଖିକ୍ଷଙ୍କୁ ଓଡ଼ିଶା କୃଷକ ମହାସଭା ଓ ଗୋରୁ ବ୍ୟବସାୟୀଙ୍କ ଦ୍ଵାରା ପ୍ରଦାନ
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଗୋସମ୍ପଦ ବଞ୍ଚାଅ ,ଜୀବନ ବଞ୍ଚାଅ ଜୀବିକା ବଞ୍ଚାଅ ନାମରେ ଆଜି ଓଡିଶା ଗୋରୁ ମହାସଂଘ ଓ ଓଡିଶା କୃଷକ ମହାସଭା ତରଫରୁ ନବରଙ୍ଗପୁର ଜିଲ୍ଲାର ଚାଉରିଆ ଗୁଡା ଠାରୁ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ହଜାର ହଜାର ଗୋରୁ ବ୍ୟବସାୟୀ ଏକତ୍ରିତ ହୋଇ ଏକ ବିରାଟ ସଭାଯାତ୍ରlକରି ଗୋରୁ ବ୍ୟବସାୟୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ବନ୍ଦ କରିବା ,ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ଗୋରୁ ବ୍ୟବସାୟୀଙ୍କୁ ନିର୍ଦୋଷ ରେ ଖଳାସ କରି ସେମାନଙ୍କର ଗୋରୁ ଗାଇ ଫେରାଇ ଦେବା କିଣା ବିକାରେ ,ନେବା ଆଣିବାରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ,ସହ ବିଭିନ୍ନ ଅଧିକାର ସହ ଦଶ ଗୋଟି ଦଫା ର ଦାବି ପତ୍ର ଓଡିଶା ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କଉଦ୍ଦେଶ୍ୟରେ ,ନବରଙ୍ଗପୁର,ଜିଲ୍ଲାପାଳଙ୍କୁ ଏବଂ ଏସପି ଙ୍କୁ ପ୍ରଦାନ କରାଯାଇଛି.ଏହି ସବୁ ଦାବୀ ସରକାର ପୂରଣ ନକଲେ ଆଗାମୀ ଦିନରେ ବିରାଟ ଜନଆନ୍ଦୋଳନ ହେବ ବୋଲି ମହାସଂଘ ତରଫରୁ ଚେତାବନୀ ଦିଆଯାଇଛି