ଜଗତସିଂହପୁର,ତା-୨୭.୦୮.୨୦୨୪/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସେପ୍ଟେମ୍ୱର-୨୦୨୪ ଠାରୁ ନଭେମ୍ବର-୨୦୨୪ ମାସ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ। ସେପ୍ଟେମ୍ୱର ମାସ ୨ ତାରିଖ ଦିନ ବାଲିକୁଦା ବ୍ଳକ କାର୍ଯ୍ୟାଳୟ, ସେପ୍ଟେମ୍ବର ୯ ତାରିଖ ଦିନ ଏରସମା ବ୍ଳକ୍ କାର୍ଯ୍ୟାଳୟ, ସେପ୍ଟେମ୍ବର ୧୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସେପ୍ଟେମ୍ବର ୨୩ ତାରିଖ ଦିନ ରଘୁନାଥପୁର ବ୍ଳକ୍ କାର୍ଯ୍ୟାଳୟ, ସେପ୍ଟେମ୍ବର ୩୦ ତାରିଖ ଦିନ ତିର୍ତ୍ତୋଲ ବ୍ଲକ୍ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ଅକ୍ଟୋବର ମାସ ୭ ତାରିଖ ଦିନ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ, ଅକ୍ଟୋବର ୧୪ ତାରିଖ ଦିନ ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ, ଅକ୍ଟୋବର ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅକ୍ଟୋବର ୨୮ ତାରିଖ ଦିନ ନାଉଗାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ମାସ ୪ ତାରିଖ ଦିନ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ, ନଭେମ୍ବର ୧୧ତାରିଖ ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ, ନଭେମ୍ବର ୧୮ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ନଭେମ୍ବର ୨୫ ତାରିଖ ଦିନ ରଘୁନାଥପୁର ବ୍ଳକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହିସବୁ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ- ତଥା-ନିର୍ବାହୀ ଅଧିକାରୀ, ଉପ-ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଳକସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିବେ । ଜିଲ୍ଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଅଛି।
Sign in
Sign in
Recover your password.
A password will be e-mailed to you.