ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଉପର ପଡା ଗଣେଶ ପୂଜା କମିଟି ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଆଗାମୀ ଗଣେଶ ପୂଜା ମହୋତ୍ସବ କୁ ଶୃଙ୍ଖଳାର ସହ ଉନ୍ନତ ମାନର ତଥା ମନୋରଞ୍ଜନ ଧର୍ମୀ କରାଯିବ ବୋଲି ପୂଜା କମିଟି ତରଫରୁ ବିଚାର କରାଯାଇଥିଲା l କଂସ ଦରବାର ପାଇଁ ମା ପୂର୍ଣ୍ଣବାସି କଳାପରିଷଦ ମାନପୁର ର ବରିଷ୍ଠ କଳାକାର ଗୋଦାବରୀ ପଧାନ ଓ ମହାରାଜ ମାନସ ମହାପାତ୍ର ସମେତ ଅନ୍ୟାନ୍ୟ କଳାକାର ଙ୍କୁ ବରଣ କରାଯାଇଥିଲା l ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଅପେରା ଦାରୁବ୍ରହ୍ମ, କୀର୍ତ୍ତନ ଧାରା ହେବାପାଇଁ ନିର୍ଦ୍ଧାରିତ କରାଯାଇଥିଲା l ବୈଠକ ରେ କମିଟି ର ସୁଶାନ୍ତ ସାହୁ ଉମେଶ ଚନ୍ଦ୍ର ଭୋଇ, ମନୋଜ ସାହୁ, ସୁଦର୍ଶନ ବନଛୋର, ଓ ବହୁସଂଖ୍ୟାରେ ସଦସ୍ୟ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.