ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ସ୍ଥାନୀୟ ଗାରାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡ୍ରପଆଉଟ ଛାତ୍ର ଓ ଛାତ୍ରୀ ମାନଙ୍କ ନାମଲେଖା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ , ଆଇନ ସେବା ପ୍ରାଧିକରଣ , ପାରଳାଖେମୁଣ୍ଡି ଶ୍ରୀ ବିମଳ ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଗଣା ଆଇନ ସେବା ବିଷୟରେ ସଚେତନତା କରାଇବା ସହିତ ଡ୍ରପଆଉଟ ଛାତ୍ର ଓ ଛାତ୍ରୀ ମାନେ କିପରି ଅଧିକରୁ ଅଧିକ ନାମଲେଖା କରାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଗୋଷାଣୀ ଶ୍ରୀ ଅଜୟ କୁମାର ପ୍ରଧାନ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ଯଥା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା , ଦିବ୍ୟାଙ୍ଗ ଭତ୍ତା ଏବଂ ଅନ୍ୟାନ ଯୋଜନା ବିଷୟରେ ସଚେତନତା କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଗୋଷାଣୀ ଶ୍ରୀ ଟି. କିଶୋର କୁମାର ଯୋଗଦେଇ ଶିକ୍ଷା ଅଧିକାର ଆଇନ ଏବଂ ସାତଦିନରୁ ଉର୍ଦ୍ଧ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ପୁଣିଥରେ ବିଦ୍ୟାଳୟକୁ ଫେରେଇଆଣିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କର୍ତ୍ତବ୍ୟ ଭକ୍ତ ବ୍ୟବସ୍ଥା ବିଷୟରେ ସଚେତନତା କରାଇଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ , ଗାରାବନ୍ଧା ଗ୍ରାମ ପଞ୍ଚାୟତ ଶ୍ରୀ ପି. ଅଶୋକ କୁମାର , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ , ଗୋଷାଣୀ ଶ୍ରୀ ଅଶୋକ କୁମାର ପାତ୍ର , ଉପ-ସରପଞ୍ଚ , ଶ୍ରୀମତି ଡି. ମାଧୁରୀ ଯୋଗଦେଇ ନିଜ ନିଜ ବକ୍ତାବ ସମ୍ପାଦନ କରିଥିଲେ।
ପରିଶେଷରେ ଗୋଟିଏ ଦିବ୍ୟାଙ୍ଗ ଲୋକଟିର UDID smart Card ନିମନ୍ତେ ଦରଖାସ୍ତ ଗ୍ରହଣ କରାଯାଇ ତାର ଉଚିତ ପଦକ୍ଷେପ ନିଆଯିବ ବୋଲି ପରାମର୍ଶ ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ପଞ୍ଚାୟତ କର୍ମଚାରୀମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.