ନୟାଗଡ : ଏ ଶିକ୍ଷିତ ସମାଜରେ ଏବେବି ରହିଛି ମଣିଷ ପଣିଆ। ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ପୁଅ ସିନା ଚାଲିଗଲା ପରିବାର ଲୋକ ଚିନ୍ତା କଲେ ଅନ୍ୟ ଏକ ଜୀବନ ବଞ୍ଚାଇବା ପାଇଁ। ପୁଅ ମୁତ୍ୟୁ ପରେ ପରିବାରଲୋକ ପୁଅର ଯକୃତକୁ ଦାନ କରିଛନ୍ତି । ଏଭଳି ଘଟଣା ଘଟିଛି ନୟାଗଡ଼ ପୁରୁଣା ସହର ଅଂଚଳରେ ।ନୟାଗଡ ପୁରୁଣା ସହର ବାସି ପପି ସାହୁ। ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ ଗୋଟେ ଝିଅ ଓ ପୁଅ ଶିବୁନ ସିଦ୍ଧାର୍ଥ ସାହୁ । ବେଶ ହସ ଖୁସିରେ ସଂସାର ଚାଲିଥିଲା । ଚଳିତ ମାସ 7 ତାରିଖ ରେ ପୁଅ ଶିବୁନ ସିଦ୍ଧାର୍ଥ ସାହୁ ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ମାଉସୀ ଘର କୁ ଯାଇଥିଲା। ସେହି ରାତି ହୋଇଥିଲା କାଳ ରାତି। ପୁଅ ଶିବୁନ ସିଦ୍ଧାର୍ଥ ସାହୁ ଛାତରୁ ପଡି ତାଙ୍କ ମୁଣ୍ଡ ଓ ମେରୁଦଣ୍ଡରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ର AIMS ରେ ଚିକିତ୍ସିତ କରୁଥିଲେ। ବୁଧବାର ଦିନ ତାଙ୍କ ର ମୁତ୍ୟୁ ଘଟିଥିଲା ।
ପୁଅର ମୃତ୍ୟୁ ଖବର ଶୁଣି ପରିବାରରେ ଶୋକ ର ଛାୟା ଖେଳି ଯାଇଥିଲା। ଗୋଟିଏ ବୋଲି ପୁଅ କୁ ହରାଇ ବାପା ମା ଭାଙ୍ଗି ପଡ଼ିଥିଲେ । ସେହିସମୟରେ ଡାକ୍ତର ବାପାଙ୍କୁ ଡାକି ପୁଅର ଅଙ୍ଗ ଦାନ କରିବାକୁ କହିଥିଲେ। ପରିବାର ଲୋକ ଶୁଣି କେହି ରାଜି ହୋଇନଥିଲେ। ବାପା ସମସ୍ତ ଙ୍କୁ ବୁଝାଇ କହିଥିଲେ ମୋ ପୁଅ ସିନା ଅକାଳରେ ଚାଲିଗଲା ହେଲେ ତାର ଅଙ୍ଗଦାନ କରି କାହାର ଜୀବନ ବଞ୍ଚୁଛି ତାହା ଆମ ପାଇଁ ମଣିଷ ପଣିଆ। ପରିବାର ଲୋକଙ୍କୁ ବୁଝାଇ ପୁଅର ଯକୃତ ଦାନ କରି ଆଉ ଏକ ଜୀବନ ବଞ୍ଚାଇ ପାରିଛନ୍ତି।ଆଜି ଦିନ 2 ଟା ସମୟରେ ଏକ ଆମ୍ବୁଲାନ୍ସ ରେ ପୁଅର ମୃତ ଦେହ ଆସି ପଂହଁଚିଲା ପୁରୁଣାରେ ସହର ବାସି ରାମ ରାମ ସତ୍ୟହେ ଓ ଖୋଳ କ୍ରୀତନ କରି ସଂସ୍ମାନ କୁ ନେଇଥିଲେ। ସେଠାରେ ରାଷ୍ଟୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇଥିଲା। ଶବ ସଂସ୍କାର କରାଯାଇଥିଲା। ଶିବୁନ ସିଦ୍ଧାର୍ଥ ସାହୁ ଅଙ୍ଗଦାନ କରି ସମସ୍ତ ଙ୍କ ପାଇଁ ପାଲଟିଗଲେ ଉଦାହରଣ। ତାଙ୍କର ଏଭଳି କାର୍ଯ୍ୟ କୁ ନେଇ ପୁରୁଣା ସହର ବାସି ବେଶ ଗର୍ବିତ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.