ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧ ତାରିଖ ରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ନିଷ୍ପତ୍ତିକୁ ବିରୋଧ କରି ଆଦିବାସୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା “ଭାରତ ବନ୍ଦ” ଡାକରା ଆଜି ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଅନୁସୂଚିତ ଜାତି-ଜନଜାତି ସମନ୍ଵୟ ପରିଷଦ ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ଛକ ରାସ୍ତାରେ ବାଉଁଶ ବାନ୍ଧି ବ୍ୟାନର ଲଗାଇ ରାସ୍ତା ଅବରୋଧ କରିବା ସହ ମାନ୍ୟବର ସୁପ୍ରିମକୋର୍ଟ ନିଷ୍ପତ୍ତି ବିରୁଦ୍ଧରେ ବିଭିନ୍ନ ନାରା ଦେଇଥିଲେ।
ସମନ୍ଵୟ ପରିଷଦର ନେତା ଓ କର୍ମୀ ମାନେ ବିଭିନ୍ନ ସ୍କୁଲ , କଲେଜ , ଦୋକାନ , ବଜାର , ଅଫିସ , ବ୍ୟାଙ୍କ ଓ ଡାକଘର ପିକେଟିଂ କରି ବନ୍ଦ କରାଇଥିଲେ।
ଅଧିକାଂଶ ଦୋକାନ ବନ୍ଦ ରହିଥିବା ବେଳେ କାଆଁ ଭାଁ ଦୋକାନ ଖୋଲା ରହିବା ସହ ଦୁଇ ଚକିଆ ଯାନ ଚଳାଚଳ କରୁଥିଲା।
ବସ ଚଳାଚଳ ଓ ଟ୍ୟାକ୍ସି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ଫଳରେ ଯାତ୍ରୀ ମାନେ ବସଷ୍ଟାଣ୍ଡ ସ୍ଥିତ ଯାତ୍ରୀ ବିଶ୍ରାମ କକ୍ଷ ଠାରେ ଅପେକ୍ଷା କରି ରହିଥିଲେ।
ଶାନ୍ତି ଶୃଙ୍ଖଳା ପାଇଁ ବିଭିନ୍ନ ଛକ ସ୍ଥାନରେ ପୋଲିସ ବାହିନୀ ମୃତୟନ ଥିଲେ।
ଏହି ଅବସରରେ ଆଦିବାସୀ ହରିଜନ ମହାସଂଘ ତଥା ସମନ୍ଵୟ ପରିଷଦର ଶ୍ରୀ ବେର୍ଣିକ ଗମାଙ୍ଗ , ସୁମନ୍ତ ଚିନ୍ତାଡ଼ା ଏବଂ ତ୍ରିନାଥ କାର୍ଜୀ କହିଛନ୍ତି ଯେ , ଭାରତ ସମ୍ବିଧାନ ପ୍ରଣେତା ଡ଼ଃ ବି:ଆର୍.ଆମ୍ବେଦକର ଆଦିବାସୀ ହରିଜନ ମାନଙ୍କ ପାଇଁ ପୂର୍ବରୁ ନୀତିନିୟମ କରି ଯେଉଁ ସଂରକ୍ଷଣ ବ୍ୟବସ୍ଥା କରି ଯାଇଛନ୍ତି।
ଗତ ଅଗଷ୍ଟ ୧ ତାରିଖରେ ସୁପ୍ରିମକୋର୍ଟ ଯେଉଁ ସଂଶୋଧନ କରିଛନ୍ତି , ତାହାକୁ ଆମେ ଘୋର ନିନ୍ଦା କରୁଛୁ , ତେଣୁ ପୂର୍ବରୁ ଯେଉଁଭଳି ଆରକ୍ଷଣ ରହିଥିଲା ଏବଂ ତା ଦ୍ଵାରା ଆମ ପିଲାମାନେ ଯେଉଁ ସୁବିଧା ପାଉଥିଲେ ସେଭଳି କରାଯାଉ।
ସଂରକ୍ଷଣ କ୍ଷେତ୍ରରେ ପୁର୍ନବିଚାର ଓ ପରିବର୍ତ୍ତନ କରାଯାଉ ନ ହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.