ଭାରତ ବନ୍ଦ ପାଳନ କାଶୀପୁର ବ୍ଲକ ରେ ଶାନ୍ତି ଶୃଙ୍ଖଳାରେ ଶେଷ।

6

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସୁପ୍ରିମକୋର୍ଟଙ୍କ ଗତ ୦୧/ଅଗଷ୍ଟ ୨୦୨୪ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସାମ୍ବିଧାନିକ ଅଧିକାର ରେ ଯେଉଁ ସଂରକ୍ଷଣ ର ବ୍ୟବସ୍ଥା ଅଛି ତାହାକୁ ଉକ୍ତ ଜାତିଭିତରେ ସଂରକ୍ଷଣ ର ବର୍ଗୀକରଣ କରାଯାଇ ପାରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ର ଏକ ୭ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ରାଏ ଦେଇ ପୁଣି ଏସି ସି ,ଏସଟି ଙ୍କ ମଧ୍ୟରେ ନୂତନ ସଂରକ୍ଷଣ ଆଇନ ବ୍ୟବସ୍ଥା ଲାଗୁ କରାଯାଇ ପାରିବ ବୋଲି ରାଜ୍ୟସରକାର ମାନଙ୍କୁ ନିର୍ଦେଶ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସର୍ବ ଭାରତୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଶ୍ରେଣୀର ବିଭିନ୍ନ ସଂଘଟନ ର ଲୋକେ ସର୍ବ ଭାରତରେ ଚଳିତ ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ର ଅଭାହନ ଦେଇଥିଲେ।

ଏହିପରିପେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ବନ୍ଦ ପାଳନ କରଯାଇଛି।କାଶୀପୁର ବ୍ଲକ ର ବିଭିନ୍ନ ଉପାନ୍ତ ଅଞ୍ଚଳରୁ ଦୂର ଦୁରାନ୍ତ ସୀମାନ୍ତ ଅଂଚଳରୁ ହଜାର ହଜାର ସଂଖ୍ୟରେ ଅନୁସୂଚିତ ଜାତି ସମେତ ଅନୁସୂଚିତ ଜନଜାତି ଶ୍ରେଣୀର ଲୋକେ ପାରମ୍ପରିକ ବାଦ୍ୟ ନୃତ୍ୟ କରି ଭାରତ ବନ୍ଦ ପାଳନରେ ସାମିଲ ହୋଇଥିଲେ ଏବଂ କେନ୍ଦ୍ର ସରକାର ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ବିରୋଧ ରେ ଫ୍ଲାଗ ମାର୍ଚ୍ଚ ରେ ବାହାରି କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନ ,କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ନାଏକ ଏବଂ ବ୍ଲକ ଅଧିକାରୀ ଡା.ଅମୃତ ରାଉଳଙ୍କ ଜରିଆରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସମ୍ବିଧାନ ରେ ସଂରକ୍ଷଣ ର ଅଧିକାର କୁ ବାରମ୍ବାର ଅସମ୍ବିଧାନିକ ପଦ୍ଧତିରେ ସର୍ବଚ ନ୍ୟାୟାଳୟର ହସ୍ତକ୍ଷେପ କୁ ବିରୋଧ କରି ଏକ ସ୍ମାରକ ପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।
ଏହି ଭାରତ ବନ୍ଦ ପାଳନ ଅବସରରେ କାଶୀପୁର ବ୍ଲକ ଅନୁସୂଚିତ ଜାତୀ,ଅନୁସୂଚିତ ଜନଜାତିର ମିଳିତ କ୍ରିୟାନୁଷ୍ଠାନ କ୍ରମେ ବନ୍ଦ ପାଳନକୁ ଶାନ୍ତି ଶୃଙ୍ଖଳା ଭାବେ ସମାପ୍ତ କରାଯାଇ ଥିଲା। ଏହି ପରିପେକ୍ଷୀରେ କାଶୀପୁର ବ୍ଲକରେ ଗମନାଗମନ,ଯାନବାହାନ ଯାତାୟାତ ସମ୍ପୂର୍ଣ ଭାବେ ଠପ ହୋଇ ଥିଲା। ବ୍ଲକର ବିଭିନ୍ନ ସ୍ଥାନରେ ମଧ୍ୟ ଭାରତ ବନ୍ଦ ପାଳନର ବହୁ ପ୍ରଭାବ ଦେଖିବାକୁ ମିଳିଛି।କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି,ଡୁଡୁକାବାହାଲ,ଟଟାଗୁଡା,ପୋଡ଼ାପାଡି, ଧର୍ମଗୁଡା,ବାଙ୍କାମ୍ବ,ଦରାଗୁଡା,ଡ଼ ଙ୍ଗାସିଲ,ଶୁଙ୍ଗେର,ଲାକ୍ରୀସ ଏବଂ ଗରଖପୁର ପଞ୍ଚାୟତ ମାନଙ୍କରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇ ଥିବା ସୂଚନା ମିଳିଛି।

Leave A Reply

Your email address will not be published.