ବର୍ଷେ ହେଲାଣି ଜିଲ୍ଲା ପରିଷଦ ବୈଠକ ବସି ପାରୁନି

6

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ପରିଷଦ ବୈଠକ ଦୀର୍ଘ ଏକ ବର୍ଷ ହେଲାଣି ଅନୁଷ୍ଠିତ ହୋଇପାରୁନାହିଁ |ଯାହାଫଳରେ ଜିଲ୍ଲା ର ଉନ୍ନୟନ କାମ ଓ ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ |ବର୍ଷକୁ ଚାରିଥର ବୈଠକ ବସିବା ନିୟମ ଥିବାବେଳେ ଗୋଟିଏ ବୈଠକ ବସିନପାରିବା ଘଟଣା ସଭ୍ୟ ମାନଙ୍କ ମନକୁ ଆନ୍ଦୋଳିତ କରୁଥିବା ଆଲୋଚିତ ହେଉଛି |ନିର୍ବାଚନ ଆଚାରନବିଧି ନାମରେ ପାଞ୍ଚ ମାସ ଗଡାଇ ଦିଆଯାଇଥିଲା |ଏବେ ରାଜ୍ୟ ସରକାର ବିଜେପି ଗଠନ କରିଥିବାବେଳେ ଜିଲ୍ଲାପରିଷଦ ଅଧକ୍ଷ୍ୟା ବିଜେଡି ଦଳର | ବୈଠକ ବସିଲେ ଜଣାପଡିବ କେଉଁ ସଭ୍ୟ କିପରି ଆଲୋଚନା କରୁଛନ୍ତି |ରାଜଧାନୀ ନିକଟ ଉପକୂଳ ଜିଲ୍ଲା ରେ ଯଦି ଏପରି ଅବସ୍ଥା ତେବେ କେବିକେ ଜିଲ୍ଲା ରେ କଣ ହେଉଥିବ ତାକୁ ନେଇ ସଭ୍ୟମାନେ ଆଲୋଚନା କରୁଛନ୍ତି | ବିଜେଡି ଦଳ ଜଣେ ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ଦଳ ରୁ ବହିଷ୍କାର କରିଛନ୍ତି |ବୈଠକ ବସିଲେ ଜଣା ପଡିବ ସେହି ସଭ୍ୟ କାହାକୁ ସମର୍ଥନ କରିବେ | ମୁଖିଆ ଙ୍କ ନିର୍ଦେଶକ ନିର୍ବାଚନ ରେ ହାରିଯାଇଥିବା ବେଳେ ଅଧକ୍ଷ୍ୟା ଙ୍କୁ ଅନେକ ସଭ୍ୟ ଚାହୁଁ ନ ଥିବା ଆଲୋଚନା ହେଉଛି | ଅଧକ୍ଷ୍ୟା ବର୍ଷକୁ ଚାରିଟା ବୈଠକ କରିପାରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି |ଏଗାର ବ୍ଲକ ର ଉନ୍ନୟନ କାମ ଅଟକି ରହିଛି |ତେତିଶ ଟି ଜିଲ୍ଲା ପରିଷଦ ଅଂଚଳ ରେ କଣ କାମ ବାକି ରହିଛି, ବକେୟା କାମ କଣ ରହିଛି, ଆଗକୁ କଣ କାମ ଏସଟିମେଟ ରହିଛି ସେ ସମ୍ପର୍କରେ ରୂପରେଖ ଠିକ ହୋଇନାହିଁ |ଏବେ ଚଳିତ ମାସ ଚଉଦ, ଉଣଇସ ତାରିଖ ରେ ବୈଠକ ଡାକିବାକୁ ମସୁଧା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ | ଅନ୍ୟ ପକ୍ଷରେ ନୂଆ ବିଧାୟକ ପରିଷଦ ବୈଠକ ର ଅନୁଭୂତି ନେଇ ପାରୁ ନାହାନ୍ତି | ବ୍ରହ୍ମଗିରି ର ବିଧାୟିକା ଉପାସନା ମହାପାତ୍ର, ପୁରୀ ର ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓ଼ମ ପ୍ରସାଦ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ନିମାପଡା ବିଧାୟକ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲା ପରିଷଦ ବୈଠକ ର ନୂଆ ଅନୁଭୂତି ଅନୁଭବ କରିବେ | ଖୁଵ ଶୀଘ୍ର ଜିଲ୍ଲା ପରିଷଦ ବୈଠକ ଡାକିବା ପାଇଁ ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି

Leave A Reply

Your email address will not be published.