ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିଖିଳ ଉତ୍କଳ ଖଡୁରା ସମାଜର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ବଣିକ ସଂଘ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି I ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଉପନଗରପାଳ ଟି ବବିତା କୁମାରୀ,ସାଂସଦ ପ୍ରତିନିଧି ଲିଙ୍ଗରାଜ ପାତ୍ର,ଖଡୂରା ସମାଜ ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ନାୟକ, ରାଜ୍ୟ ସହସମ୍ପାଦକ ଚନ୍ଦ୍ର ଶେଖର ନାୟକ,ଜିଲ୍ଳା ସଂଯୋଜକ ଯୋଗେନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ସମାଜର ସମସ୍ୟା, ସମାଧାନ ଏବଂ ଉନ୍ନତି ଦିଗରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ସଫଳତା ପାଇଥିବା ଦ୍ୱିତୀକୃଷ୍ଣ ମହାପାତ୍ର ଦୁଇ ଝିଅ ରୁନୁ ମହାପାତ୍ର ଏବଂ ଝୁନୁ ମହାପାତ୍ର,ହରିକୃଷ୍ଣ ସାହୁଙ୍କ ସୁପୁତ୍ର ସୂର୍ଯ୍ୟନାରାୟଣ ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଚିତ୍ରସେନ ମହାପାତ୍ର, ଲିଙ୍ଗରାଜ ନାୟକ, ଦଣ୍ଡପାଣି ନାୟକ, ପ୍ରଦୀପ କୁମାର ନାୟକ, ଯୋଗେନ୍ଦ୍ର ସେନାପତି, ବଦ୍ରିନାରାୟଣ ନାୟକ, ଉପଦେଷ୍ଟା ଭିକାରୀ ଚରଣ ମହାପାତ୍ର ଏବଂ ଆପାନ୍ନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ସମ୍ପାଦକ ତ୍ରିପତି ସୁବୁଦ୍ଧି ସଭାକାର୍ଯ୍ୟକୁ ସଂଯୋଜନା କରିଥିବା ବେଳେ ଉପସଭାପତି ପ୍ରସନ୍ନ କୁମାର ସାହୁ, ସହସମ୍ପାଦକ ହରିକୃଷ୍ଣ ସାହୁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.