ଏସ ଟି /ଏସ ସି ସଂରକ୍ଷଣକୁ ନେଇ ସୁପ୍ରିମ କୋର୍ଟ ଙ୍କ ରାୟ ବିରୁଦ୍ଧରେ ଡାବୁଗାଁ ରେ ୧୨ ଘଣ୍ଟିଆ ବନ୍ଦ ପାଳନ

7

ଡାବୁଗାଁ (ଶାସକ ପ୍ରଶାସକ )ତା ୨୧/୦୮/୨୪ ନିକଟରେ ଏସ ଟି/ଏସ ସି ସଂରକ୍ଷଣରେ କ୍ରୀମି ସ୍ଥର ଓ ଉପ ବର୍ଗୀକରଣ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତି କୁ ବିରୋଧ କରି ଆଜି ଏସ ଟି / ଏସ ସି ମିଳିତ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା। ଏହି କ୍ରମରେ ଆଜି ଡାବୁଗାଁ ରେ ମଧ୍ୟ ଏସ ଟି/ଏସ ସି ମିଳିତ ସଂଘ ତରଫରୁ ସୁପ୍ରିମକୋର୍ଟ ଙ୍କ ରାୟ କୁ ବିରୋଧ କରି ସକାଳ ୬ ଘଣ୍ଟ ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ,ଅନୁଷ୍ଠାନ, ବ୍ୟାଙ୍କ,କଲେଜ, ଦୋକାନ ବଜାର ଆଦି ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଅତ୍ୟାବଶ୍ୟକ ଏମ୍ବୁଲାନସ ସେବା କୁ ବାଦ୍ ଦେଇ ସବୁ ସେବା ଠପ୍ ହୋଇଥିଲା। ଏଥି ପାଇଁ ମିଳିତ ସଂଘ ତରଫରୁ ଗତକାଲି ଠାରୁ ପିକେଟିଂ କରାଯାଇ ଦାବୀ ସଂକ୍ରାନ୍ତ ଲିଫ ଲେଟ ବଣ୍ଟନ କରାଯାଇଥିଲା। ଡାବୁଗାଁ ମୁଖ୍ୟ ତାରିଣୀ ମନ୍ଦିର ଛକ ନିକଟରେ ଡାବୁଗାଁ ବ୍ଲକ ର ଉଭୟ ଏସ ଟି/ ଏସ ସି ସଂଘ ର କର୍ମକର୍ତ୍ତା ମାନେ ରାସ୍ତା ଅବରୋଧ କରି ସୁପ୍ରିମକୋର୍ଟ ରାୟ କୁ ବିରୋଧ କରି ସ୍ଲୋଗାନ ଦେବା ସହ ବିକ୍ଷୋଭ କରିଥିଲେ। ସୂଚନା ଥାଉ କି କିଛିଦିନ ତଳେ ସୁପ୍ରିମକୋର୍ଟ ସରକାରୀ ଚାକିରୀରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇ ରହିଥିବା ସଂରକ୍ଷଣ କୋଟା ର ଉପ ବର୍ଗୀକରଣ କରାଯାଇ ପାରିବ ବୋଲି ରାୟ ଶୁଣାଇଥିଲେ। ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଥିବା ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ। ଅପରାହ୍ନରେ ବ୍ଲକ ଏସ ଟି/ ଏସ ସି ମିଳିତ ସଂଘ ତରଫରୁ ସୁପ୍ରିମକୋର୍ଟ କୋର୍ଟ ରାୟ ନିଷ୍ପତି କୁ ଅଧ୍ୟାଦେଶ ମାଧ୍ୟମରେ ବାତିଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଡାବୁଗାଁ ତହସିଲଦାର ହରି ଓମ ଭୋଇ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଡାବୁଗାଁ ବ୍ଲକ ଏସ ଟି ସଂଘ ସଭାପତି ମହୋନ ସିଂ ଗଣ୍ଡ, ଏସ ସି ସଂଘ ସଭାପତି ଚନ୍ଦ୍ର ଶେଖର ନିହାଲ, ବଇଁଶୀ ଧର ମାଝୀ, ରାଇ ସିଂ ପୂଜାରୀ, ମହୋନ ନାୟକ,ଫୁଲ ସିଂ ଜାନି, ନରସିଂହ ମାଝୀ, ଜଗନ୍ନାଥ ରେଲି, କୃଷ ପନକା,ଗମ୍ଭୀର ହରିଜନ, ରାଜୁ ରେଲି, ହିରନ୍ୟ ମାଝୀ, ସମସ୍ତ ସରପଞ୍ଚ ଓ ମିଳିତ ସଂଘ ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଡାବୁଗାଁ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Leave A Reply

Your email address will not be published.