କୃଷକ ମେଳା ଓ ଗାଜର ଘାସ ନିୟନ୍ତ୍ରଣ ସଚେତନତା ଶିବିର

6

ଜଗତସିଂହପୁର,ତା-୨୧.୦୮.୨୦୨୪/ସୁମନ୍ତ କୁମାର ଦାସ: ଓଡିଶା କୃଷି ଓ ବୈଷିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସର୍ବ ଭାରତୀୟ ସଂଯୋଜିତ ଗବେଷଣ ପ୍ରକଳ୍ପ ଯଥା ତୃଣକ ନିୟନ୍ତ୍ରଣ, କୃଷି ଯIନ୍ତ୍ରୀ କରଣରେ ପଶୁ ଶକ୍ତିର ବ୍ୟବହାର, କୃଷି ଶ୍ରମ ବିଜ୍ଞାନ ଓ ସୁରକ୍ଷା, କୃଷି ଯନ୍ତ୍ରପାତି ଓ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ମିଳିତ ଉଦ୍ୟମରେ ଜଗତସିଂହପୁର ଜିଲ୍ଲା, ବାଲିକୁଦା ବ୍ଲକ ଅନ୍ତର୍ଗତ ବାହାରଣI ପଂଚାୟତର ଟାଇକୂଳ ଗ୍ରାମରେ ଏକ କୃଷକ ମେଳା ଓ ଗାଜର ଘାସ ନିୟନ୍ତ୍ରଣ ସଚେତନI ସପ୍ତIହ ପାଳନ କରାଯାଇଅଛି I ଏହି ପ୍ରରିପେକ୍ଷିରେ ଓୟୁଏଟି ମୃତ୍ତିକା ଓ ରସାୟନ ବିଜ୍ଞାନ ମୁଖ୍ୟ ଡ଼: ରବୀନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମନ୍ୱିତ ମୃତ୍ତିକା ପରିଚାଳନା ତଥା ଉପଯୁକ୍ତ ଅଣୁସାର ପରିଚାଳନା ବିଷୟରେ ମତାମତ ରଖିଥିଲେ | ଏହି କାର୍ୟକ୍ରମରେ ଅଖିଳ ଭାରତୀୟ ତୃଣକ ପ୍ରକଳ୍ପର ମୂଖ୍ୟ ଡ଼ଃ ରବିରତ୍ନ ଦାଶ ମୁଖ୍ୟ ବକ୍ତା ଏବଂ ବୈଜ୍ଞାନିକ ଡ଼: ମ.ଏ. ଅଲ୍ଲିମ ଯୋଗଦେଇ ଗାଜର ଘାସର ନିୟନ୍ତ୍ରଣ ସମ୍ଭୋନ୍ଧରେ ଆଲୋଚନା କରିଥିଲେ I ଅଗଷ୍ଟ ୧୬ ରୁ ୨୨ ପର୍ଯ୍ୟନ୍ତ ଗାଜର ଘାସ ସମ୍ବନ୍ଧିତ ସଚେତନତା ସପ୍ତାହ ପାଳିତ ହେଉଛି। ସାରା ରାଜ୍ୟରେ ଏହି ବିଦେଶୀ, ବିଷାକ୍ତ ଓ ସମସ୍ୟା ବହୁଳ ଗାଜର ଘାସର ଦମନ କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏହି ଘାସର ମଞ୍ଜି ଧାରଣ ଓ ମାତ୍ରାଧିକ ବଂଶ ବିସ୍ତାର କ୍ଷମତା ରହିଛି। ଏହା ଆଗାମୀ ଦିନରେ ପରିବେଶ ଓ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିବ ବୋଲି କୃଷି ବୈଜ୍ଞାନିକମାନେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷିଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ, ଓୟୁଏଟି ତରଫୁରୁ ଡ଼: ପ୍ରଫେସର ଜୟୀ ନାରାୟଣ ମିଶ୍ର, ବୈଜ୍ଞାନିକ ପାର୍ଥ ସାରଥୀ ସ୍ୱାଇଁ ପ୍ରମୁଖ ଯୋଗଦେଇ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, ଶ୍ରମ ଲାଘବ ନିମନ୍ତେ ଉପଯୁକ୍ତ ଯନ୍ତ୍ରପାତି ଓ ବିଭିନ୍ନ ବଳଦଟଣା ଉନ୍ନତ ଯନ୍ତ୍ରପାତି ବିଷୟରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମେ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁର ବରିଷ୍ଠ ବ୍ୟିଜ୍ଞାନିକ ଓ ମୁଖ୍ୟ ଡ଼. ଜୀବନଜିତ ସେନ ଯୋଗଦେଇ କୃଷି ଵିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କୃଷି ଵିଜ୍ଞାନ କେନ୍ଦ୍ରର ମୂର୍ତ୍ତିକା ବୈଜ୍ଞାନିକ ଡ଼. ପ୍ରଦୀପ୍ତ ମାଝୀ, କୃଷି ଯାନ୍ତ୍ରିକୀକରଣ ବୈଜ୍ଞାନିକ ଡ଼. ଦ୍ଵାରିକା ମୋହନ ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବାହାରଣ ପଂଚାୟତର ସରପଞ୍ଚ ଶ୍ରୀ ମାନସ ରଞ୍ଜନ ପରିଡା, ବାହାରଣ ପଂଚାୟତ ସମିତି ପ୍ରତିନିଧି ଶ୍ରୀ ଅଭି ନାରାୟଣ ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ଶ୍ରୀ କୈଳାସ ଚନ୍ଦ୍ର ବିଶ୍ୱାଳ, ଶ୍ରୀ ଗନ୍ଧର୍ବ ଚରଣ ସାଉ, ବରିଷ୍ଠ ଗ୍ରାମବାସୀ ମାନଙ୍କ ମଧ୍ୟରେ ଶ୍ରୀ ଭାଗ୍ୟଧର ବେହେରା, ଶ୍ରୀ ପ୍ରଶାନ୍ତ କୁମାର ରାଉଳ, ଶ୍ରୀ ମାନୁ ଚରଣ ନାୟକ, ଶ୍ରୀ ନିର୍ମଳ ଚରଣ ସାହୁ, ଶ୍ରୀ ଗୌରାଙ୍ଗ ଚରଣ ବେହେରା, ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଶ୍ରୀ ମାୟାଧର ବେହେରା, ଶ୍ରୀ ବିଜୟ କୁମାର ସ୍ୱାଇଁ, ଶ୍ରୀ ସୁମନ ଚରଣ ସ୍ୱାଇଁ, ଶ୍ରୀ ମଙ୍ଗୁଳି ଚରଣ ନାୟକ, ଶ୍ରୀ ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.