ଭୁବନେଶ୍ୱର, ୨୧/୦୮ : ରାଗିଙ୍ଗ ବିରୋଧରେ ଫ୍ୟାକଲ୍ଟି, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଅଗଷ୍ଟ ୧୪ ରୁ ୧୮ ତାରିଖ ମଧ୍ୟରେ ରାଗିଙ୍ଗ ବିରୋଧ ସପ୍ତାହ ପାଳିତ ହୋଇଯାଇଛି ।
ୟୁଜିସିର ନିୟମାବଳୀ ଅନୁଯାୟୀ ସୋଆର ବିଭିନ୍ନ କ୍ୟାମ୍ପସରେ ଏହି ୫ ଦିନ ମଧ୍ୟରେ ବକ୍ତୃତା , ରଙ୍ଗୋଲି, ପ୍ରବନ୍ଧ, ସ୍ଲୋଗାନ୍ ଏବଂ ପୋଷ୍ଟର ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ରାଗିଙ୍ଗ ଫ୍ରି କ୍ୟାମ୍ପସର ଲକ୍ଷ୍ୟ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲର ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏବଂ ୪୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ମଙ୍ଗଳବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ଫ୍ୟାକଲ୍ଟି କୋର୍ଡିନେଟର ଡକ୍ଟର ଅଂଶୁମାନ ଜେନା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.