ଓଡ଼ିଶା ସରକାର ଡିଜିଟାଲ ଫସଲ ସର୍ବେକ୍ଷଣରେ ବିପ୍ଲବ ଆଣିବା ପାଇଁ ଇ-ଚାଷ ଆପ୍ ଓ ପୋର୍ଟାଲର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

5

କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍ ଓ ପୋର୍ଟାଲର ଶୁଭାରମ୍ଭ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓୟୁଏଟି ପରିସରରେ ଥିବା ରିସର୍ଚ୍ଚ ପ୍ଳଟରେ କରିଛନ୍ତିା ଇ-ଆପ୍ ଓ ପୋର୍ଟାଲର ଆନୁଷ୍ଠାନିକ ଉନ୍ମୋଚନବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓୟୁଏଟି କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବୈଜ୍ଞାନିକ, କୃଷି ବିଶେଷଜ୍ଞ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲୋ
Imageସମଗ୍ର ଓଡ଼ିଶାରେ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ସମୃଦ୍ଧ କୃଷକ ନୀତିକୁ ପ୍ରୋତ୍ସାହନ ଯୋଗାଇବା ସହ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବା ଯେଉଁ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ସୁଦୃଢ ନୀତି ପ୍ରଣୟନ କରିବାରେ ଏହା ସହାୟକ ହେବା ଇ-ଚାଷ ଆପ୍ ଓ ପୋର୍ଟାଲ ଡିଜିଟାଲ ଫସଲ ସର୍ବେକ୍ଷଣ ଓଡ଼ିଶାରେ ପ୍ରଯୁକ୍ତିଭିତ୍ତିକ କୃଷି ସେବାକୁ ତ୍ୱରାନ୍ୱିତ କରିବା କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଏହି ଆପ୍ ଓ ପୋର୍ଟାଲ ଯୋଗୁଁ ପ୍ରାୟ ୪୮ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲୋ
Imageକୃଷି କ୍ଷେତ୍ରରେ ଇ-ଚାଷ ଆପ୍ ଓ ପୋର୍ଟାଲ ଏକ ନିର୍ଣ୍ଣାୟକ ପଦକ୍ଷେପା ଏହା ଦ୍ୱାରା କୃଷକମାନଙ୍କୁ ଏକ ବିସ୍ତୃତ, ସିଙ୍ଗଲ ଓ୍ୱିଣ୍ଡୋ ପ୍ଳାଟଫର୍ମ ପ୍ରଦାନ କରିବା ଏହା ଦ୍ୱାରା ଯେକୌଣସି ସମୟରେ ଓ ପାଣିପାଗରେ ମଧ୍ୟ ଫସଲ ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଯାଞ୍ଚ କରାଯାଇପାରିବା ୨୦୨୩ ବର୍ଷରେ ଭଦ୍ରକ, ଦେବଗଡ଼, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଏହି ସର୍ବେକ୍ଷଣକୁ ପାଇଲଟ ପ୍ରୋଜେକ୍ଟ ଭାବେ ପରୀକ୍ଷଣ କରାଯାଇଥିଲାା ଏଥିରେ ପ୍ରାୟ ୩୦ ଲକ୍ଷ ପ୍ଲଟକୁ ସଫଳ ଭାବେ ସର୍ବେକ୍ଷଣ କରିବା ପରେ ବର୍ତ୍ତମାନ ସାରା ଓଡ଼ିଶାରେ ଏହାକୁ ସମ୍ପ୍ରସାରିତ କରାଯାଇଛିା ଏଥିରେ ପ୍ରାୟ ୩ କୋଟି ଭୂ-ପ୍ରସଙ୍ଗ କୃଷି ପ୍ଳଟ ୪୮ ଲକ୍ଷ ହେକ୍ଟର ଜମିରେ ସର୍ବେକ୍ଷଣ କରାଯିବା ଏଥିପାଇଁ ୨୮ ହଜାର ସର୍ବେକ୍ଷଣକାରୀ ୮ ହଜାର ସୁପରଭାଇଜର ଓ ୧୪୦୦ ଯାଞ୍ଚକାରୀ ନିୟୋଜିତ ହୋଇଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀ କହିଥିଲୋ
Imageଚାଷୀ ଭାଇମାନେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧରେ ସଠିକ ତଥ୍ୟ ପାଇପାରିବେ, ସେମାନଙ୍କ ସମସ୍ୟା ବିଷୟରେ ଜଣାଇ ପାରିବେ ଓ ମାର୍ଗଦର୍ଶନ ପାଇପାରିବୋ ଏଥି ନିମନ୍ତେ କୃଷକ ସମୃଦ୍ଧି ହେଲ¬ ଲାଇନ୍ (୧୫୫୩୩୩) ମାଧ୍ୟମରେ ସୂଚନା ଓ ପରାମର୍ଶ ପାଇପାରିବେ ବୋଲି ବୋଲି ଶ୍ରୀ ଚୌଧାରୀ ମତବ୍ୟକ୍ତ କରିଥିଲୋ

Leave A Reply

Your email address will not be published.