ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ଆଇ. ସି. ଏ. ଆର – ସି . ଆଇ .ଡାବ୍ଲ୍ୟ.ଏ, ଏବଂ କଟକସ୍ଥିତ ଆଇ ସି ଏ ଆର -ଏନ. ଆର. ଆର. ଆଇ, ସହ ଚୁକ୍ତିପତ୍ର ସ୍ଵାକ୍ଷର କରିଛି ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି – ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ଆଇ ସି ଏ ଆର – ସି . ଆଇ .ଡାବ୍ଲ୍ୟ.ଏ ଏବଂ କଟକସ୍ଥିତ ଆଇ. ସି. ଏ. ଆର -ଏନ. ଆର. ଆର. ଆଇ ସହ ଚୁକ୍ତିପତ୍ର ସ୍ଵାକ୍ଷର କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ . ଏନ. ଭି . ଜଗନ୍ନାଧା ରାଓ ଏବଂ ଆଇ ସି ଏ ଆର – ସେଣ୍ଟ୍ରାଲ ଇନ୍ଷ୍ଟିଟ୍ୟୁଟ ଫୋର ୱମେନ ଇନ ଏଗ୍ରିକଲଚର, ଭୁବନେଶ୍ୱରର ନିର୍ଦେଶିକା ଡ଼ଃ ମୃଦଲା ଦେବୀଙ୍କ ଏବଂ କଟକ ସ୍ଥିତ ନାସନାଲ ରାଇସ ରିସର୍ଚ୍ଚ ଇନ୍ଷ୍ଟିଟ୍ୟୁଟ (ଏନ. ଆର. ଆର. ଆଇ)ର ନିର୍ଦ୍ଧେଶକ ଡ଼ଃ ଅମରେଶ କୁମାର ନାୟକଙ୍କ ସହ ଏହି ଚୁକ୍ତି ସ୍ଵାକ୍ଷର କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ଏଗ୍ରିକଲଚର ର ସହକାରୀ ଡିନ ପ୍ରଫେସର ଅଶୋକ କୁମାର ମିଶ୍ର ଏବଂ ନିର୍ଦେଶକ ଡ଼ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହା ଚୁକ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କ କୃଷି ସମ୍ୱନ୍ଧୀୟ ଗବେଷଣା , କୃଷି କ୍ଷେତ୍ରରେ ମହିଳାମାନଙ୍କ ପ୍ରମୁଖ ଭୂମିକା ଓ ଏହି ଦୁଇ ଅନୁଷ୍ଠାନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଗବେଷଣାତ୍ମକ ଭାବର ଆଦାନ ପ୍ରଦାନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଉକ୍ତ ଦୁଇ ଅନୁଷ୍ଠାନ ଆଶାବାଦୀ ଅଛନ୍ତି । ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା , ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା , ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ପ୍ରମୁଖ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି।