ପୁରୀ (ଅନିମେଶ ପଟ୍ଟନାୟକ): ମଙ୍ଗଳବାର ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୋଟ ୩୨ ଗୋଟି ଅଭିଯୋଗ ମିଳିଥିଲା । ସେଥି ମଧ୍ୟରୁ ୨୭ ଗୋଟି ବ୍ୟକ୍ତିଗତ, ୨ ଗୋଟି ଗ୍ରାମ ସମସ୍ୟା ସମ୍ପର୍କିତ, ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ସମ୍ପର୍କିତ ଓ ୧ ଗୋଟି ରେଡକ୍ରସ ସହାୟତା ସମ୍ପର୍କରେ ଆବେଦନ ରହିଥିଲା।ତତକ୍ଷଣାତ ୭ ଗୋଟି ଅଭିଯୋଗର ସମାଧାନ ହୋଇଥିଲା । ଅନ୍ୟ ଅଭିଯୋଗ ଗୁଡିକ ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଏଡିଏମଓ ଡାଃ ବିନୋଦ ରଥ, ଅଭିଯୋଗ ପ୍ରକୋଷ୍ଠ ଡେପୁଟି କଲେକ୍ଟର ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post