ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜାତୀୟ ଶିକ୍ଷାନୀତି-2020 ଅନୁସାରେ ପ୍ରାଥମିକ ଏବଂ ପ୍ରାକ୍ ପ୍ରାଥମିକ ସ୍ତରରେ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ କୌଶଳକୁ ଦୃଢ଼ୀଭୂତ କରିବା ପାଇଁ ଭାରତ ସରକାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ 2020/21 ଶିକ୍ଷାବର୍ଷ ଠାରୁ ଆରମ୍ଭ କରିଛନ୍ତି ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ I ଏନେଇ ପ୍ରତିବର୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରାଯାଉଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ 140 ଜଣ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ସମ୍ପର୍କିତ ତିନି ଦିନିଆ ପ୍ରୟୋଗ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ୍ ଶିବିର ବ୍ଳକ୍ ର ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଏବଂ ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି ପ୍ରୟୋଗ ତାଲିମ୍ ଶିବିର ଗୁରୁବାର ଦିନ ଉଦଯାପିତ ହେବ I ଗୋବରା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଛାୟାକାନ୍ତ ମହାପାତ୍ର, ନରେଶ ବ୍ରହ୍ମା, ବିଦେଶୀ ବାଡତ୍ଯା ଏବଂ ହରେକୃଷ୍ଣ ଶତପଥି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ସେହିପରି ଏବିଇଓ ପ୍ରତିଭା ରଥଙ୍କ ସଂଯୋଜନାରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼, କେଦାର ନାୟକ, ସନ୍ତୋଷ କୁମାର ନାୟକ ଏବଂ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଏବିଇଓ ଭାଗ୍ୟଲତା ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷକ ଶଙ୍କରନାରାୟଣ ସେଠୀ, ପ୍ରଶାନ୍ତ କୁମାର ପଟ୍ଟନାୟକ,ମନୋଜ କୁମାର ପଟ୍ଟନାୟକ ଏବଂ ରମେଶ କୁମାର ପାଣିଗ୍ରାହୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଏହି ଶିବିରରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ନିପୁଣ ଭାରତ ସହିତ ମୌଳିକ ସ୍ତରରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଦକ୍ଷତା ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା I ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଦାସ ଏବଂ ମୃତ୍ୟୁଞ୍ଜୟ ପଣ୍ଡା ସମସ୍ତ ଶିବିରର ତାଲିମ୍ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ I କାର୍ଯ୍ୟକ୍ରମରେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼, ଆର୍ଯ୍ୟକନ୍ୟା ଗୁରୁକୂଳ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ, ଜିଟି ହାଇସ୍କୁଲ୍ ରେ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଯୁବ ଶିକ୍ଷକ ସମୀର ଜେନା, ଶୀତଳ ପ୍ରସାଦ ଜେନା, ଗଙ୍ଗାଧର ସ୍ୱାଇଁ,ଶିଶିର କୁମାର ସ୍ୱାଇଁ, ଝାପଲ ମାରାଣ୍ଡି, ଶଲ୍ୟ ସିଅ,ଶିକ୍ଷୟିତ୍ରୀ ଆରତୀ ପାତ୍ର, ମନୋରମା ମିଶ୍ର, ଚିନ୍ମୟୀ ବିଷୋୟୀ ପ୍ରମୁଖ ଆଲୋଚନାଶଲ୍ୟକ୍ରିୟ ଅଂଶଗ୍ରହଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post