ପୁରୀ ଜିଲ୍ଲା କିନ୍ନର ସଂଘ ଓ ଦି ବେଲ୍ ତରଫରୁ ମାର୍ଚ୍ଚ ଫର୍ ଜଷ୍ଟିସ କାର୍ଯ୍ୟକ୍ରମ

6

ପୁରୀ (ଅନିମେଶ ପଟ୍ଟନାୟକ): କୋଲକତାରେ ଡାକ୍ତରୀ ଛାତ୍ରୀ ମୌମିତା ଦେବନଥଙ୍କୁ ଗଣ ଦୁଷ୍କର୍ମ ଓ ବର୍ବର୍ ହତ୍ୟା କରାଯିବା ଘଟଣାକୁ ନେଇ ସମ୍ପୂର୍ଣ ଭାରତ ବର୍ଷରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି । ପୁରୀରେ ମଧ୍ଯ ଏହି ଘଟଣାକୁ ନେଇ ପ୍ରତିବାଦ କରାଯାଇଛି। ମଙ୍ଗଳବାର ପୁରୀ ଜିଲ୍ଲା କିନ୍ନର ସଙ୍ଘ ସହିତ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ” ଦି ବେଲ” ମିଳିତ ଭାବେ ଏକ ଶାନ୍ତି ପ୍ରତିବାଦ ଶୋଭାଯାତ୍ରା “ମାର୍ଚ୍ଚ ଫର୍ ଜଷ୍ଟିସ” କରିଛନ୍ତି । ଏହି ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରରୁ ବାହାରି ସହର ପରିକ୍ରମା କରିଛି। ଏଥିରେ କଲେଜ ଛାତ୍ର ଛାତ୍ରୀ, ସ୍ବେଛାସେବୀ ସଙ୍ଗଠନ ପ୍ରମୁଖ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇ ମୃତ ଡାକ୍ତର ମୌମିତାଙ୍କୁ ନ୍ୟାୟ ପାଇଁ ଦାବୀ ଜଣାଇଛନ୍ତି ।ଶୋଭାଯାତ୍ରା ବଳଗଣ୍ଡି ଠାରେ ଶେଷ ହେବା ପରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମଟି ଦି ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟ ଓ ପୁରୀ ଜିଲ୍ଲା କିନ୍ନର ସଂଘ ସଭାପତି ପ୍ରୀୟାଂଶି ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କରାଯାଇଥିଲା । କାର୍ଯ୍ୟ କ୍ରମକୁ ଦି ବେଲର ସଦସ୍ୟା ବନିତା ଦୀକ୍ଷିତ, ରାଜ କିଶୋର ପାତ୍ର ଓ ଲକ୍ଷ୍ମୀ ଦାସ, କିନ୍ନର ସଙ୍ଘର ଦେବକୀ ମା, ପିହୁ ମିଶ୍ର, ପୂଜା ମା ଓ କବିତା ମା ଓ ଦି ବେଲ୍ ର ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.