“ଆକାଂକ୍ଷା” ମହିଳା ସଙ୍ଗଠନ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

6

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ରାଣୀପେଣ୍ଠ ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ ଦୀପ , ଚନ୍ଦନ ଓ ପୁଷ୍ପ ରେ ବନ୍ଦାପନା କରାଯିବା ସହିତ ଉପଢୌକନ ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଇ ଥିଲା ଏବଂ କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ର ଶୁଭ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା। ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ , ସେମାନଙ୍କର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ। ଉପଦେଷ୍ଟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ କହିଥିଲେ ଯେ ସଂସ୍କୃତି ଓ ପରମ୍ପରା
କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଖୁସି ହେଲୁ। ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର କହିଥିଲେ ଯେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ତେଣୁ କୃଷି କ୍ଷେତ୍ର ରେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ମନାଇଲୁ। ଆକାଂକ୍ଷା ମହିଳା ସଙ୍ଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଏ ଦେଶ ର ପ୍ରକୃତ ବନ୍ଧୁ ଓ ଭାଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବାସହିତ କିଛି ସମୟ କୃଷି କ୍ଷେତ୍ରରେ ବିତାଇ ଥିବାରୁ ଖୁସି ଲାଗିଲା।
ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସଦସ୍ୟ କବିତା ମଲ୍ଲିକ , କେ.ପାର୍ବତୀ , କେ.ସୁମିତ୍ରା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.