ଆଶ୍ରମ ଅନ୍ତେବାସୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ବିଜେଡି ଯୁବ ସଭାପତି ଗୌତମ ସିଂ।

6

ପଦ୍ମପୁର :- ଝିଟିକି ଆଶ୍ରମର ଅନ୍ତେବାସୀନୀ ଛାତ୍ରୀଙ୍କ ସହ ରକ୍ଷା ବନ୍ଧନ ଉତ୍ସବ ନିଆରା ଢଙ୍ଗରେ ପାଳନ କଲେ ବିଜୁ ଯୁବ ଜନତା ଦଳ ର ପାଇକମାଲ ବ୍ଲକ ସଭାପତି ଗୌତମ ସିଂ। ତେବେ ଅନ୍ତେବାସିନୀ ଝିଅ ମାନେ ବଡ଼ ଭାଇ ଭାବେ ଗୌତମ ସିଂଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ଆଶିର୍ବାଦ ଗ୍ରହଣ କରିଥିବା ବେଳେ ଭଉଣୀ ମାନଙ୍କୁ ମିଷ୍ଠାନ ସହ ଖାତା, କଲମ ଓ ପେନ୍ସିଲ ଆଦି ବଣ୍ଟନ କରିଥିଲେ ଶ୍ରୀ ସିଂ । ତେବେ ଶ୍ରୀ ସିଂ ଙ୍କ ନିଆରା ରାକ୍ଷୀ ପାଳନ ସମାଜ ପାଇଁ ନୂଆଁ ଉଦାହରଣ ସୃଷ୍ଟି କରୁଥିବା ବେଳେ ତାଙ୍କ ବିଚାରଧାରା କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ପବିତ୍ର ରାକ୍ଷୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କେଶବ ଧରୁଆ ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.