ବେଲଗୁଣ୍ଠା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇଛି

5

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ବେଲଗୁଣ୍ଠା ପରିସର ରେ ରକ୍ଷା ବନ୍ଧନ , ଗୋ ପୂଜନ ଓ ବୃକ୍ଷ ପୂଜନ ମହୋତ୍ସବ ପାଳନ ହୋଇଥିଲା , ଇତି ଅବସର ରେ ବିଦ୍ୟାଳୟ ର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ରଥ ଦୀପ ପ୍ରଜ୍ବଳନ କରିଥିଲେ ଓ ସମ୍ପାଦକ ପବିତ୍ର କୁମାର ସାହୁ ପୂଜା ଓ ଆରତୀ କରିଥିଲେ , ଇତି ଅବସର ରେ ବିଦ୍ୟାଳୟ ର ପୂର୍ବତନ ସମ୍ପାଦକ ଶ୍ରୀ ch ଚିଦାନନ୍ଦ ପାତ୍ର , ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀ କୈଳାଶ କୁମାର ମହାପାତ୍ର ଓ ଅଜିତ କୁମାର ପଣ୍ଡା ଉପସ୍ଥିତ ରହି ରକ୍ଷା ବନ୍ଧନ ବିଷୟ ରେ କୁନି କୁନି ଛାତ୍ର ଓ ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ। ପରେ ପରେ ଗୋ ପୂଜନ ଓ ବୃକ୍ଷ ପୂଜନ କରାଯାଇଥିଲା। ପରେ ଛାତ୍ର ଓ ଛାତ୍ରୀ ମାନେ ରକ୍ଷା ବନ୍ଧନ କାର୍ଯ୍ୟ ସମ୍ପାଦନ କରିଥିଲେ ଓ ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Leave A Reply

Your email address will not be published.