ଭାରତୀୟ ଜନତା ପାର୍ଟି ଗୁଣପୁର ପକ୍ଷରୁ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ.

6

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଆଜି ଗୁଣପୁର ଭାରତୀୟ ଜନତା ପାର୍ଟି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତି ଙ୍କ ନେତୃତ୍ୱରେ ଭାଜପା ର ପ୍ରତିନିଧି ଦଳ ଗୁଣପୁର ଏସ.ଡି.ହସ୍ପିଟାଲ ଯାଇ ଡାକ୍ତର ଖାନା ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ଏସ .ଡି .ଏମ. ଓ. ଶ୍ରୀ ରମେଶ ଚନ୍ଦ୍ର ସାହୁ ଙ୍କ ସହ ଆଲୋଚନା କରିଥିଲେ | ଏଠାରେ ୧୯ ଜଣ ଡ଼କ୍ଟର ରହିବା କଥା କିନ୍ତୁ ବର୍ତ୍ତମାନ ୧୩ ଜଣ ଡାକ୍ତର ଅଛନ୍ତି କିନ୍ତୁ ଚାଇଲ୍ଡ ସ୍ପେସିଆଲିଷ୍ଟ (ଶିଶୁ ରୋଗୀ ବିଶେଷଜ୍ଞ) ଓ ମେଡିସିନ ସ୍ପେସିଆଲିଷ୍ଟ (ଔଷଦ ବିଶେଷଜ୍ଞ )କେହି ନାହାନ୍ତି | ଗୁଣପୁର ଠାରୁ ଅନ୍ୟ ମେଡିକାଲ କୁ ରେଫର୍ କିରାଯାଉଅଛି | ଯାହା ଫଳରେ ରୋଗୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଏଣୁ ଅତି ଶୀଘ୍ର ଏହାର ସମାଧାନ ପାଈଁ ଶ୍ରୀ ୱାଇ ଗଣପତି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିବା ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି | ଏଥିରେ ଉପସ୍ଥିତ ଥିଲେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିଦ୍ୟାଧର ଶବର,ଅମର କୁମାର ସାହୁ, ବିଜୟ ଶବର,ମନୋଜ କୁମାର ପାଣିଗ୍ରାହୀ,ଆଦିତ୍ୟ କୁମାର ମିଶ୍ର, ଗଗନ ବିହାରୀ ପାତ୍ର ଓ ରାଜେଶ ୱାଟିଲି |

 

Leave A Reply

Your email address will not be published.