ପୁରୀ (ଅନିମେଶ ପଟ୍ଟନାୟକ) : ରବିବାର ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗଦ୍ବାର ନିକଟ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ସଭାଗୃହରେ ୨୬ତମ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍ ରୂପେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ର ପ୍ରାକ୍ତନ କୁଳପତି ଡଃ ହରିହର ହୋତା, ବେଦକର୍ମକାଣ୍ଡ ମହାବିଦ୍ୟାଳୟ ର ଅଧକ୍ଷ୍| ହରପ୍ରିୟା ଦାଶ,ବାର୍ଷିକୋତ୍ସବ କମିଟିର ଅଧ୍ଯକ୍ଷ ତଥା ସମାଜସେବୀ ଚକ୍ରଧର ମହାପାତ୍ର, ମୁଖ୍ୟବକ୍ତାଭାବେ ଡ଼ଃ ଅଭିମନ୍ୟୁ ଭୂୟାଁ , ସ୍ତମ୍ବକାର ହରିଶଙ୍କର ମିଶ୍ର, ଜନସଂଗ୍ରାମୀ ସୂର୍ଯ୍ୟ ନାରାୟଣ ରଥ,ସମ୍ମାନିତ ଅତିଥିଭାବେ ଜ୍ୟୋତିର୍ବିଦ ଅନାମ ସାହୁ ପ୍ରମୁଖ ଯୋଗ ଦେଇ ମଞ୍ଚ ର ଏହି ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ସଚେତନ ନାଗରିକ ମଞ୍ଚ ର ସଭାପତି ଆଇନିଜୀବି ସାମ୍ବାଦିକ ପ୍ରସନ୍ନ ଦାଶ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ । ମଞ୍ଚ ପରିଚାଳନା ଓ ଉପସ୍ଥାପନା କରିଥିଲେ ବିଶିଷ୍ଟ ଶିକ୍ଷ|ବିତ୍ ଶିବ ସୁନ୍ଦର ମିଶ୍ର । ସଂପାଦକ ତନ୍ମୟ ଚଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୬ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଉପଦେଷ୍ଟା ସାମ୍ବାଦିକ ନାରାୟଣ ଦାଶ, ଉପସଭାପତି ସଚିନନ୍ଦନ ଦାଶ, , ଲଲ।ଟେନ୍ଦୁ ମିଶ୍ର, ଉପସଭାପତି ଅଶୋକ ଆଢିୟ, ,ତ୍ରିଲୋଚନ ଦାସ, ରାକେଶ ପ୍ରଧାନ, ପ୍ରମୁଖ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ ।
ଏହି ମଞ୍ଚ ପରିବେଶ ପ୍ରତି ସଚେତନ ଥିବା କିଛି ଉତ୍ସାହି ଛାତ୍ରଛାତ୍ରୀ, ଯୁବକ ଙ୍କୁ ନେଇ ୧୯୯୮ ମସିହାରେ ସେଚନ ବିହାର ରୁ ଆରମ୍ଭ ହେଇଥିଲା । ମହାବାତ୍ୟା, ବନ୍ୟା, ସମୟରେ ରିଲିଫ ବଣ୍ଟନ କାର୍ଯ୍ୟ ସହିତ ମାଗେଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲା ମଞ୍ଚ । ଲୁକ୍କାୟିତ ପ୍ରତିଭା କୁ ସର୍ବସମୁଖ କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ମଞ୍ଚ । ଗରିବ ଅସହାୟ ଙ୍କୁ ନ୍ୟାୟ ପ୍ରଦାନ କରିବା ମଞ୍ଚ ର ଏକ ଅନନ୍ୟ କାର୍ଯ୍ୟ I ସାମାଜିକ ବାସନ୍ଦ ପରିବାରଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ଦେବାକୁ ମଞ୍ଚ ଆଗେଇ ଆସେ । ମାନବାଧିକାର ଉଲଂଘନ ମାମଲା ରେ ହସ୍ତକ୍ଷେପ କରି ମଞ୍ଚ ୨୬ ରୁ ଉର୍ଦ୍ଧ୍ବ ପୀଡିତ ଙ୍କୁ ସରକାରୀ ସହାୟତା ପ୍ରଦାନ କରିବାରେ ମଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସ୍ଵର୍ଗଦ୍ୱାର ଜମି ଦୁର୍ନୀତି , ବିଡିଏ, ସିଡିଏ ଜମିଦୁର୍ନିତ , ରତ୍ନଭଣ୍ଡାର ଚାବି ହଜିବା ,ଶ୍ରୀମନ୍ଦିର ଚାରିଦୁଆର ଖୋକିବା ପ୍ରସଙ୍ଗ ରେ ମଞ୍ଚ ସ୍ୱର ଉଠେଇଥିଲା