ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଘର ହିଁ ବିଦ୍ୟାଳୟ ଓ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି , ବିଦ୍ୟାଳୟ ର ସଭାପତି ଅଧ୍ୟକ୍ଷତା କରିଥିଲେ ଓ ସମ୍ପାଦକ ପବିତ୍ର କୁମାର ସାହୁ ଉପସ୍ଥିତ ମାତୃ ମଣ୍ଡଳୀଙ୍କୁ ଆଜି ସମାଜ ରେ ଛାତ୍ର ଓ ଛାତ୍ରୀ ଙ୍କ ଉତ୍ତମ ଚରିତ୍ର ଗଠନ ପାଇଁ ପ୍ରଥମେ ଆମ ଘରହିଁ ଏକ ବିଦ୍ୟାଳୟ ଓ ମା ହେଉଛନ୍ତି ପ୍ରଥମ ଗୁରୁ ଏଣୁ ସମାଜ କୁ ଏକ ଉତ୍କୃଷ୍ଟ ନାଗରିକ ଦେବାରେ ମା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଆମେ ଜଣେ ଜଣେ ସଂସ୍କାର ପିତା ମାତା ହେଲେ ଶିଶୁଟି ମଧ୍ଯ ଜଣେ ସଂସ୍କାର ଶିଳ ଛାତ୍ର ହୋଇ ପାରିବ ବୋଲି ମା ମାନଙ୍କୁ ଅନୁରୋଧ କରିଥିଲେ , ଉକ୍ତ ମାତୃ କର୍ମଶାଳା ରେ ପ୍ରାୟ ୭୦ ଜଣ ମା ମାନେ ଭାଗ ନେଇଥିଲେ। ବିଦ୍ୟାଳୟ ର ବାଟିକା ବିଭାଗ ପ୍ରମୁଖ ଶ୍ରୀମତୀ ରଶ୍ମିତା ଜେନା ଗୁରୁମା ଆମ ବିଦ୍ୟାଳୟ ରେ ୧୨ ଗୋଟି ଆଧାର ରେ ଯେଉଁ ଶିକ୍ଷା ପ୍ରଦାନ କରାଯାଉଛି ତାର ନମୁନା ମାତୃ ମଣ୍ଡଳୀ ଙ୍କୁ ବୁଝାଇ ଥିଲେ ଓ ପ୍ରଥମ ଶ୍ରେଣୀ ର ଦୀପ୍ତି ରେଖା ସ୍ୱାଇଁ ଗୁରୁମା କିଭଳି ଶିଶୁ ତାର କ୍ରିୟା କଳାପ ମାଧ୍ୟମ ରେ ବିନା କଷ୍ଟ ବୋଧ ରେ ଶିକ୍ଷା ଦିଆ ଯାଉଛି ତାର ନମୁନା ମାତୃ ମଣ୍ଡଳୀ ଙ୍କୁ ବୁଝାଇ ଥିଲେ। ଶେଷ ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପବିତ୍ର କୁମାର ତ୍ରିପାଠୀ ସମସ୍ତ ମାତୃ ମଣ୍ଡଳୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ , ଏହି ମାତୃ କର୍ମଶାଳା କୁ ସମସ୍ତେ ସ୍ବାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.