“ସୁପ୍ରିମକୋର୍ଟଙ୍କ ରାୟ ଦେଶର ଆଦିବାସୀ, ଦଳିତ ସମାଜକୁ ବହୁତ ବଡ଼ ଆଘାତ ଦେଇଛି”

3

ସର୍ବୋଚ୍ଚ ନ୍ୟାୟାଳୟର ଅନୁସୂଚିତ ଜାତି (SC) ଅନୁସୂଚିତ ଜନଜାତି (ST) ଆରକ୍ଷଣ ବିରୋଧି ରାୟ ପ୍ରତିବାଦରେ ଅଗଷ୍ଟ ୨୧ଭାରତ ବନ୍ଦ ଆହ୍ୱାନ ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ବିଳନୀ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସଦର ଡାକ ବଙ୍ଗଳା ଠାରେ ସର୍ବୋଚ୍ଚ ନ୍ୟାୟାଳୟର ଅନୁସୂଚିତ ଜାତି , ଅନୁସୂଚିତ ଜାତି ବିରୋଧି ରାୟ ପ୍ରତିବାଦରେ ଅଗଷ୍ଟ ୨୧ଭାରତ ବନ୍ଦ ଆହ୍ୱାନ ଦିଆ ଯାଇଛି। ଏଠାରେ ପ୍ରକାଶ ଥାଉକି ଗତ ୧.୮.୨୦୨୪ ଦିନ ସୁପ୍ରିମକୋର୍ଟ ଙ୍କ ଦ୍ଵାରା ଏକ ତରଫା ଭାବରେ ସଂରକ୍ଷଣ ଏବଂ ବର୍ଗୀକରଣ କରା ଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ଏବଂ କ୍ରିମି ଲେୟର ଲାଗୁ କରାଯାଇ ପାରିବ ବୋଲି କହିଛନ୍ତି।ଏହି ବର୍ଗୀକରଣ ଏବଂ କ୍ରିମି ଲେୟର କୁ ପାର୍ଲିଆମେଣ୍ଟ ଓ ରାଷ୍ଟ୍ରପତି ଙ୍କ ବିନା ଅନୁମୋଦନରେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ଙ୍କ ଏହି ରାୟ ଦେଶର ଆଦିବାସୀ, ଦଳିତ ସମାଜ କୁ ବହୁତ ବଡ଼ ଆଘାତଦେଇଛି। ଆଦିବାସୀ ଓ ହରିଜନ ମାନଙ୍କ ସଂରକ୍ଷଣ ଅଧିକାର କୁ ଦୁର୍ବଳ କରିଦେବା ଓ ସୀମିତ ରଖିବା ଏବଂ ବନ୍ଦ କରିଦେବା ଏକ ଷଡ଼ଯନ୍ତ୍ର ଚାଲିଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୨୧ ତାରିଖ ଦିନ ଚାମୁରିଆଗୁଡା ଠାରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ର ଆୟୋଜନ କରାଯାଇଛିଓ ସେହିଦିନ ଭାରତ ବନ୍ଦ ପରିପେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ସହ ଚକ ଅଖ ସକାଳ ଛ ଘଣ୍ଟା ଠାରୁ ସନ୍ଧ୍ୟା ଛ ଘଣ୍ଟା ଏହି ବାର ଘଣ୍ଟିଆ ବନ୍ଦକୁ ସଫଳ କରିବାକୁ ମିଳିତ ମଞ୍ଚ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି. ଏହି ସାମ୍ବାଦିକ ସମ୍ବିଳନୀରେ ମିଳିତ ମଞ୍ଚର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ପଦାଧିକାରୀଙ୍କ ମଧ୍ୟରେ ଭଗବାନ ବୈରାଗୀ ( ଜିଲ୍ଲା ସଭାପତି) ଅଖିଳ ଭାରତୀୟ SC ST ପରି ସଂଘ ଗୋପୀନାଥ ମାଝୀ (ଜିଲ୍ଲା ସଭାପତି) ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ଲଳିତ ମୋହନ ନାୟକ ( ଜିଲ୍ଲା ଦଳିତ ଜାତି ବିକାଶ ପରିଷଦ ବରିଷ୍ଠ ଉପଦେଷ୍ଟା ଅର୍ଜୁନ ଭତରା ( ଉପ ସଭାପତି) ଦକ୍ଷିଣ ଓଡ଼ିଶା ଆଦିବାସୀ ମହା ସଂଘ ଜଗନ୍ନାଥ ବାଗେ ( ଉପ ସଭାପତି) ଜିଲ୍ଲା ଦଳିତ ଜାତି ବିକାଶ ପରିଷଦ ନୁଆଁଖାଉ ଭତରା (ଜିଲ୍ଲା ସଭାପତି) ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ
ଚିଙ୍କା ଭତରା ( ଜିଲ୍ଲା ସଭାପତି) ଭାରତୀୟ ବିଦ୍ୟାର୍ଥୀ ମର୍ଚ୍ଚା ଦାମୋଦର ପୂଜାରୀ ଓ ଅନେକ ବୁଦ୍ଧିଜୀବୀ ଓ ମିଳିତ ମଞ୍ଚର କର୍ମୀ ଉପସ୍ଥିତ ଥିଲେ

Leave A Reply

Your email address will not be published.