ରଘୁନାଥ ପୁର ଅଞ୍ଚଳ ନିକଟ ସିର୍ଲୋ ବ୍ରାହ୍ମଣ ଖଣ୍ଡ ଗ୍ରାମରେ ବାଘ ଆତଙ୍କ

5

ଜଗତସିଂହପୁର,ତା-୧୮.୦୮.୨୦୨୪/ସୁମନ୍ତ କୁମାର ଦାସ: ଶିର୍ଲୋ ଗ୍ରାମରେ ଗତ କାଲିରେ ଗୋଟେ ବାଘ ଦେଖିଥିବାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।। ଗ୍ରାମ ବାସୀଙ୍କ କହିବା ମୁତାବକ ଗତକାଲି ରାତି ୮ଟା ସମୟରେ ଗୋଟେ ବାଘ କୁ ଗ୍ରାମବାସୀ ଦେଖିଥିବା ବେଳେ ବାଘଟି ଗର୍ଜନ କରି ଡିଁ ଆ ମାରି ପାଖ ଜଙ୍ଗଲ ଆଡ଼କୁ ପଳାଇଥିଲା।। ଶହେରୁ ଉର୍ଧ ଗ୍ରାମବାସୀ ଏକଜୁଟ ହୋଇ ଠେଙ୍ଗା ବାଡି ଧରି ବାଘ୍ ପଛରେ ଗୋଡ଼ାଇ ଥିବା ବେଳେ ବାଘ ନାଳ ଡେଇଁ ପଳାଇ ଥିଲା।। ଏହାକୁ ନେଇ ସ୍ଥାନୀୟ ଗ୍ରାମ ବାସୀ ଭୟଭୀତ ଥିବା ବେଳେ ଘରୁ ବାହାରିବାକୁ ଭୟ କରୁଛନ୍ତି।। ଭୟରେ ଗ୍ରାମ ବାସୀ ଘରେ ରହୁଥିବା ବେଳେ ଗୃହପାଳିତ ପଶୁଙ୍କୁ ଗୁହାଳରେ ବାନ୍ଧି ରଖୁଛନ୍ତି।। ଏହି ବାଘ ଆତଙ୍କ ନେଇ ନିକଟ ଅଞ୍ଚଳର ସ୍କୁଲ ଛାତ୍ର ଛାତ୍ରୀ ବିଦ୍ୟାଳୟ ଯାଉଥିବା ବେଳେ ବିଦ୍ୟାଳୟ ସବୁ ବନ୍ଦ୍ ରହିଅଛି।। ବନବିଭାଗ ପାଖରୁ କୌଣସି ପଦକ୍ଷେପ ନିଆ ନଯାଇ ଥିବା ବେଳେ ଅଞ୍ଚଳ ବାସୀଙ୍କ ଭୟ ଦୁଇଗୁଣ ବଢ଼ି ଯାଇଛି।

Leave A Reply

Your email address will not be published.