ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ସାହିତ୍ୟ ଘର ତରଫରୁ କ୍ଷତ୍ରିୟବରପୁର ସ୍ଥିତ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି I ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ତଥା ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ, ଶିକ୍ଷାବିତ୍ ବନମାଳୀ ଲେଙ୍କା,ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଳିକ ପ୍ରମୁଖ ମଞ୍ଚାସୀନ ଥିଲେ I ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡ଼ା ବେଦ ପାଠ କରିଥିବା ବେଳେ କବୀ ସ୍ଥିତିପ୍ରଜ୍ଞା ମହାରଣା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ I ଏହି ଅବସରରେ ସ୍ଵସ୍ତି ସୁନ୍ଦର ସିଅଙ୍କ ସଂଯୋଜନାରେ କବି ତ୍ରିନାଥ ବେହେରା, ସ୍ଵସ୍ତି ସୁନ୍ଦର ସିଅ, ଶିଶିର କାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଚନ୍ଦ୍ରମଣି ଲେଙ୍କା, ମନୋରମା ମିଶ୍ର, ମାଣିକ ବଳ,କବିରାଜ ପରିଡ଼ା,ସୌରଭ କାନ୍ତ ତ୍ରିପାଠି, ଶ୍ରୀମନ୍ତ ବିଷୋୟୀ,ଶିଶିର କୁମାର ସ୍ୱାଇଁ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I କାର୍ଯ୍ୟକ୍ରମରେ ସାହିତ୍ୟ ଘର କୋଷାଧ୍ୟକ୍ଷ ବିଭୂପାଦ ଜେନା,ସଦସ୍ୟ ରାମକୃଷ୍ଣ ପାତ୍ର, ଦୈତାରୀ ମହାରଣା, ହୃଷୀକେଶ ଲେଙ୍କା, ଭିକାରୀ ଚରଣ ମିଶ୍ର, ଅଭିମନ୍ୟୁ ଲେଙ୍କା, ଗୋପାଳ ଚନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ସହଯୋଗ କରିଥିଲେ I ଅବସରପ୍ରାପ୍ତ ଶିକ୍ଷକ କବିରାଜ ପରିଡ଼ା କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷିତ ହୋଇଥିବା ବେଳେ ଗୋପାଳ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.