ଆମରଣ ଅନଶନ ସହ ଦୋକାନ ବଜାର ବନ୍ଦ କଲେ ହିଁ ଆଖି ଖଲିବେ କି ପ୍ରଶାସନ ଓ ରାଜନେତା? ଅନଶନ ର ପାଞ୍ଚଦିନ ରେ ବି ପ୍ରଶାସନ ର ଦେଖା ନାହିଁ!
କଷlଗୁମୁଡା, ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ବ୍ଲକ ଅଫିସ ସାମ୍ନା ରେ ଚାଲିଥିବା ପ୍ରତୀକ ଅନଶନ ର ପାଞ୍ଚ ଦିନ ପରେ ବି ପ୍ରଶାସନ କିମ୍ବା ରାଜନେତା ଙ୍କ ଦେଖା ମିଳୁ ନାହିଁ ଯାହାକୁ ନେଇ ଏବେ ଅଞ୍ଚଳ ରେ ତୀବ୍ର ଅସନ୍ତସ ବଡ଼ିବାରେ ଲାଗିଛି। ପ୍ରକାଶ ଥାଉ କି ୨୦୧୭ ମସିହା ରେ ଆଇନ ବିଭାଗ ତରଫରୁ କୋଷାଗୁମୁଡା ସଦର ମହକୁମା ଠାରେ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ଚିଠି -୭୯୭୩ ରେ ଦର୍ଶା ଯାଇଥିଲା କିନ୍ତୁ ଅଦାଲତ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିୟାଯାଇନଥିଲା। ଚଳିତ ବର୍ଷ ଜୁଲାଇ ମାସ ରେ ପୁଣି ଆଇନ ବିଭାଗ ତରଫରୁ ଏକ ନୂତନ ବିଜ୍ଞପ୍ତି ଜାରିକରାଯାଇଛି କିନ୍ତୁ କୋଷାଗୁମୁଡା ପରିବର୍ତ୍ତେ କୋଡ଼ିଙ୍ଗା ଠାରେ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ବିଜ୍ଞପ୍ତି ରେ ଉଲ୍ଲେଖ ରହିଛି ଯାହାକୁ ନେଇ ଅଞ୍ଚଳବାସୀ ବିରଧ କରି ଚଳିତ ମାସ ୫ ତାରିଖ ରେ ରାଜ୍ୟ ସରକାର,ଆଇନ ବିଭାଗ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସପ୍ତାହ ମଧ୍ୟରେ ସରକାର ଙ୍କ ପୁରୁଣା ଚିଠି ନଂ -୭୯୭୩, ୨୯/୦୭/୨୦୧୭ ଆଧାର କରି କୋଷାଗୁମୁଡା ସଦର ମହକୁମା ଠାରେ ହିଁ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଲିଖିତ ଅନୁରୋଧ କରାଯାଇଥିଲା। କିନ୍ତୁ ଲିଖିତ ଅଭିଯୋଗ ର ସପ୍ତାହ ପରେ ବି ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା କି ଲିଖିତ ଅନୁରୋଧ ର ଉତ୍ତର ମଧ୍ୟ ମିଳିନଥିଲା। ଯାହାଫଳରେ ୧୩/୦୮/୨୦୨୪ ଦିନ କୋଷାଗୁମୁଡା ବ୍ଲକ ର ସମସ୍ତ ବୁଦ୍ଧିଜୀବୀ, କୋଷାଗୁମୁଡା ବ୍ଲକ ର ବିଭିନ୍ନ ପଂଚାୟତ ସରପଞ୍ଚ, ସମିତି ସଭ୍ୟ କୋଷାଗୁମୁଡା ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଏକ ବୈଠକ କରି କୋଷାଗୁମୁଡା ସଦର ସ୍ଥିତ ରାଜା ଚାଁଉରିଆ ମନ୍ଦିର ଠାରୁ ଏକ ବିଶାଳ ସଭଯାତ୍ର ରେ ବାହାରି କୋଷାଗୁମୁଡା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏବଂ କୋଷାଗୁମୁଡା ସଦର ମହକୁମା ଠାରେ ହିଁ ଯେ.ଏମ.ଏଫ୍.ସି ଅଦାଲତ ନିର୍ମାଣ କରିବା ପାଇଁ ବ୍ଲକ କାର୍ଯ୍ୟଳୟ ସାମ୍ନା ରେ ପ୍ରତୀକ ଅନଶନ ରେ ବସିଥିଲେ। ଦୁଃଖର କଥା ପ୍ରତୀକ ଅନଶନ ର ପାଞ୍ଚ ଦିନ ପରେ ବି ପ୍ରଶାସନ କିମ୍ବା ରାଜନେତା ଙ୍କ ଦେଖା ଟିକେ ମିଳୁନାହିଁ ବଲି ଅନଶନକାରି ମତ ପ୍ରକାଶ କରିଛନ୍ତି ଏବଂ ଚଳିତ ମାସ ୨୦ ତାରିଖ ରେ ଆମରଣ ଅନଶନ କରାଯିବା ସହ ୨୧ ତାରିଖରୁ କୋଷାଗୁମୁଡା ସଦର ମହକୁମା କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମ୍ପୂର୍ଣ ବନ୍ଦ କରାଯିବ ବଲି ଅନଶନ ର ନେତୃତ୍ୱ ନେଇଥିବା ସୁରେଶ କୁମାର ପାତ୍ର ମତ ପ୍ରକାଶ କରିଛନ୍ତି ଏବଂ ଏନେଇ ଗତକାଲି ବିଭିନ୍ନ ବିଭାଗ କୁ ସୂଚନା ଦିଆଯାଇଥିବା ସେ କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ପ୍ରଶାସନ ଏଦିଗରେ କଣ ପଦକ୍ଷେପ ଗ୍ରହଣ କରିବ ନା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେବ କୋଷାଗୁମୁଡା ସଦର ମହକୁମା। ଏଠି ବଡ଼ ପ୍ରଶ୍ନ ପ୍ରଶାସନ ର ଅବହେଳା ପାଇଁ ହଇରାଣ ହରକତ ହେବେ କି ଅଞ୍ଚଳବାସି?