ପାପଡ଼ାହାଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ କୁ ଉଠେଇ ନେଲା ମଧୁପାଟଣା ପୋଲିସ୍

5

ପାପଡାହାଣ୍ଡି,ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ଫାର୍ମାସିଷ୍ଟ ପ୍ରିୟବ୍ରତ ପୁହାଣ କୁ ଉଠେଇନେଲା ବାଲିପାଟଣା ପୋଲିସ।ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା, ଜେନାପୁର ଥାନା ଅନ୍ତର୍ଗତ ବିଜୟ କୁମାର ନାୟକ ଗତ ଡିସେମ୍ବର ୧୨ ତାରିଖରେ କଟକ ଜିଲ୍ଲା ଅନ୍ତର୍ଗତ ମଧୁପାଟଣା ଥାନା ଓ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ ଯେ, ଗତବର୍ଷ ଡିସେମ୍ବର ୧୭ ତାରିଖ ରେ ମୋ ଦ୍ୱିତୀୟ ଝିଅ ସହ ଉଭୟ ପକ୍ଷକୁ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ଯୌତୁକ ବାବଦ ରେ ୩ ଲକ୍ଷ୍ୟ ଟଙ୍କା ମାଗିଥିଲେ ପ୍ରିୟବ୍ରତ । ନିର୍ବନ୍ଧ ଦିନ ପ୍ରିୟବ୍ରତ କୁ ଦୁଇ ଲକ୍ଷ୍ୟ ଟଙ୍କା , ସୁନା ମୁଦି ଓ ଅନ୍ୟାନ୍ୟ ଆସବାବ ପତ୍ର ନେଇଥିଲେ। ସେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଫରେଷ୍ଟ କଲୋନୀ ରେ ରହୁଥିବା ସହ ସେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଠାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ପରିଚୟ ଦେଇଥିଲେ।ଏନେଇ ଝିଅ ର ବାପା ଓ ମା ନବରଙ୍ଗପୁର ପହଞ୍ଚି ପ୍ରିୟବ୍ରତ ଘରେ ପହଞ୍ଚି ଥିଲେ। ଝିଅ ବାପା ମା ଜାଣିବାକୁ ପାଇଲେ ଯେ ପ୍ରିୟବ୍ରତ ପୂର୍ବରୁ ଦୁଇଥର ବାହା ହୋଇଛନ୍ତି। ଏହାଜାଣିବା ପରେ ନିଜ ଘରକୁ ଫେରି ବିବାହ ନିଶ୍ଚିତ କରିଥିବା ମଧ୍ୟସ୍ଥି ଯାଜପୁର ଜିଲ୍ଲା ର କୁସଦେବ ମହାନ୍ତି ଜଣେଇଥିଲେ ଓ ତାଙ୍କୁ କହିଥିଲେ କି ନିର୍ବନ୍ଧ ରେ ଦିଆଯାଇଥିବା ଦୁଇ ଲକ୍ଷ୍ୟ ଟଙ୍କା ଓ ସୁନା ମୁଦି, ଅବସପତ୍ର ଫେରାଇବ ସହ ବିଭାହ ଭାଙ୍ଗିବା ପାଇଁ । କିନ୍ତୁ ମଧ୍ୟସ୍ଥି ଓ ବର ପକ୍ଷ ଏହା ନଶୁଣିବା ସହ ଟଙ୍କା, ସୁନା ମୁଦି ଓ ଆସବାବ ପତ୍ର ଫେରେଇ ନଥିଲେ। ଏନେଇ କନ୍ୟା ପକ୍ଷ ଙ୍କ ଏତଲା ଆଧାରରେ ମଧୁପାଟଣା ଥାନା ପକ୍ଷରୁ ଆପିସି 420,406,34 ଦଫା ଲଗାଇବା ସହ ମଧୁପାଟଣା ପୋଲିସ, ପାପଡାହାଣ୍ଡି ପୋଲିସ ର ସାହାଯ୍ୟ ରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଠାରେ ଅଭିଯୁକ୍ତ ପ୍ରିୟବ୍ରତକୁ ଗିରଫ କରି କଟକ ନେଇ ଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.