ନୂଆପଡା ଜିଲ୍ଲା ରାଜସ୍ୱ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ: ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶ

5

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ):  ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ରାଜସ୍ବ ସମୟ ସୀମା ମଧ୍ୟରେ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରୟତ, ଜିଲ୍ଲା ବନ ଅଧିକାରୀ,ଉପଜିଲ୍ଲାପାଳ ,ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ, ବିଡ଼ିଓ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି ନିର୍ମାଣ ଯନ୍ତ୍ରୀ, କେନାଲ ବିଭାଗ ଯନ୍ତ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ଖଣି ଅଧିକାରୀ, ଡେପୁଟି କମିଶନର ଜି ଏସ ଟି, ଜିଲ୍ଲା ଇ ଶାସନ ପରିଚାଳକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l ସରକାରଙ୍କ ନିର୍ଦେଶ କ୍ରମେ ସମସ୍ତ ସରକାରୀ ଜମିକୁ ଶୀଘ୍ର ଜବରଦଖଲ ମୁକ୍ତ କରି ତହସିଲଦାର ମାନେ ସରକାରୀ ଦଖଲ କୁ ଆଣିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

ସମୀକ୍ଷା ବୈଠକର ନିଷ୍ପତି ଅନୁସାରେ ତହସିଲଦାର ଓ ବିଡ଼ିଓ ମାନଙ୍କ ସହାୟତାରେ ମୂଲ୍ୟବାନ ସରକାରୀ ଜମିସବୁ ର ଘେରାବନ୍ଦୀ କରାଯିବ l ଅବକାରୀ ବିଭାଗ, ଜି ଏସ ଟି ଅଧିକାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଅଧିକ ମାତ୍ରା ରେ ଚଢ଼ାଉ କରି ଧାର୍ଯ୍ୟ ସରକାରୀ ଖଜଣା ଭରିବେ l କୌଣସି ସରକାରୀ କର୍ମଚାରୀ ବିନା ହେଲମେଟରେ କାର୍ଯ୍ୟାଳୟ ଆସିବେ ନାହିଁ l ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଗ୍ରାଧିକାର ଭିତ୍ତିରେ ତହସିଲଦାର ମାନେ ଜମି ଯୋଗାଇଦେବେ l ଖଣି ବିଭାଗ ଜିଲ୍ଲାରେ ଉପଲବ୍ଧ ସମସ୍ତ ଖଣିଜ ଦ୍ରବ୍ୟ, ବାଲି, ପଥର, ମୋରମ ଖଣି ର ସର୍ଭେ କରିବେ l ବାସହୀନ ମାନଙ୍କୁ ବାସଡିହ ଯୋଗାଇଦିଆଯିବ l ସମସ୍ତ ଲାଇନ ବିଭାଗ ରାଜସ୍ୱ ବୃଦ୍ଧି ରେ ସହଯୋଗ କରିବେ l ସମସ୍ତ ବିଭାଗର ମିଳିତ ଉଦ୍ୟମକ୍ରମେ ଜିଲ୍ଲାର ରାଜସ୍ବ ବୃଦ୍ଧି ସହିତ ଦ୍ରୁତ ପ୍ରଗତି ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l

Leave A Reply

Your email address will not be published.