ଉତ୍କଳ ଆଲୁମିନାରେ ସ୍ୱାଧୀନତା ୭୮ଦିବସ ପାଳିତ

5

ଟିକିରିରୁ ବୈକୁଣ୍ଠ ଦୁରିଆ : ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ୨୦୨୪ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିଛି, ଯାହା ଏକତା ଏବଂ ରାଷ୍ଟ୍ରୀୟ ଗୌରବର ମନୋଭାବକୁ ପ୍ରତିଫଳିତ କରିଛି । ଏହି କାର୍ଯ୍ୟକ୍ରମ ନୂଆପଡା ଟାଉନ୍‍ସନରେ ଆୟୋଜିତ ହୋଇଥିଲା ଏବଂ ଏହା ସ୍ୱୀଧୀନତା ଓ ପ୍ରଗତି ଦିଗରେ ରାଷ୍ଟ୍ରର ଯାତ୍ରା ପ୍ରତି ଏକ ଯଥୋଚିତ ସମ୍ମାନ ପ୍ରଦର୍ଶନ ଥିଲା ।
ଶ୍ରୀ ରବି ମିଶ୍ର, ୟୁନିଟ ହେଡ୍‍, ଉତ୍କଳ ଆଲୁମିନାଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତାଙ୍କର ପ୍ରେରଣାଦାୟୀ ଉଦ୍‍ବୋଧନରେ ସେ ନିରାପତ୍ତା ଓ ସୁରକ୍ଷା ବିଭାଗର ଅତ୍ୟନ୍ତ ନିଖୁଣ ଯୋଜନା ଏବଂ ତାହାର ରୂପାୟନ ପ୍ରୟାସ ନିମନ୍ତେ ପ୍ରଶଂସା କରିଥିଲେ, ଯାହା ଏହି କାର୍ଯ୍ୟକ୍ରମର ସଫଳତାକୁ ସୁନିଶ୍ଚିତ କରିଥିଲା । ସେ ଏକତା ଓ ସମାନତା ଉପରେ ଗୁରୁତ୍ୱ ଦେବା ସହିତ ଆମର ମତପାର୍ଥକ୍ୟ ସତ୍ତ୍ୱେ ଏହି ସମସ୍ତ ମୂଲ୍ୟବୋଧ ପ୍ରତ୍ୟେକ ବ୍ୟକ୍ତି ଆପଣେଇବାକୁ ସେ ଉତ୍ସାହିତ କରିଥିଲେ ।
ଏହି ଉତ୍ସବ ପାଳନ ଅବସରରେ ଏକ ଭବ୍ୟ ମାର୍ଚ ପାଷ୍ଟ ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀମାନଙ୍କର ଶୃଙ୍ଖଳା ଏବଂ ସମନ୍ୱିତ ପ୍ରୟାସ ପ୍ରଦର୍ଶିତ ହୋଇଥିଲା । ଏହା ପରେ ଏକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା, ଯାହା ବ୍ୟକ୍ତିବିଶେଷ ଏବଂ ଟିମ୍‍ଗୁଡିକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସଫଳତା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଥିଲା ।
ସନ୍ଧ୍ୟାରେ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରତିଭାଧାରୀ ନିଜସ୍ୱ କଳାକାଳମାନେ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ବିବିଧ ପ୍ରତିଭାମାନଙ୍କ ଉପରେ ଆଲୋକପାତ କରିବା ସହିତ ସମୁଦାୟ ଉତ୍ସବକୁ ଏକ ପାର୍ବଣ ସ୍ପର୍ଶ ପ୍ରଦାନ କରି ଏକତ୍ର ଏବଂ ସାଂସ୍କୃତିକ ସଦ୍‍ଭାବର ଭାବଧାରାକୁ ଦୃଢୀଭୂତ କରିଥିଲା ।
ଉତ୍କଳ ଆଲୁମିନାର ସ୍ୱାଧୀନତା ଦିବସ ପାଳନ କେବଳ ରାଷ୍ଟ୍ରର ଅତୀତ ପ୍ରତି ସମ୍ମାନ ପ୍ରଦର୍ଶନ ନଥିଲା, ତାହାସହିତ ପ୍ରଗତି ଏବଂ ଏକତା ନିମନ୍ତେ ଏହାର ପ୍ରତିବଦ୍ଧତାର ପୁନଃ ସୁଦୃଢିକରଣ ଥିଲା । ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ଭାବରେ ସଫଳତ ହୋଇଥିଲା ଏବଂ ଏହା ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଗୌରବ ଏବଂ ସୌହାର୍ଦ୍ଦ୍ୟର ମନୋଭାବକୁ ପ୍ରୋତ୍ସାହିତ କରିଥିଲା ।

Leave A Reply

Your email address will not be published.