ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୮ ତମ ସ୍ବାଧିନତା ଦିବସ ପାଳିତ

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପଖଣ୍ଡ ରାଣୀପେଣ୍ଠ ଠାରେ ଥିବା ମାନସିକ ଅନାଗ୍ରସ ”ନିୟତି”ବିଦ୍ୟାଳୟ ପରିସରରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।
”ନିୟତି” ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ତନୁଜା ଶତପଥୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ଓ ଦେଶର ସହିଦ ଯବାନ ମାନଙ୍କୁ ମନେ ପକାଇଥିଲେ। ବର୍ତ୍ତମାନ ର ଯବାନ ମାନଙ୍କୁ ସେଲୁଟେ ଜଣାଇଥିଲେ। କୋଷାଧ୍ୟକ୍ଷ , ଲୋକନାଥ ମିଶ୍ର ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ। ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଦରକାର।
ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୋନଜ ପଟ୍ଟନାୟକ ଙ୍କ ପରିଚାଳନାରେ ନିୟତି
ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ।
ଶିକ୍ଷୟିତ୍ରୀ ଜୋସ୍ନା ଡ଼ାଟୁଆ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସୁନିତ ଗମାଙ୍ଗ , ଜୟା ଆମ୍ମା , ଜୁନିୟ ପ୍ରମୁଖ ପରିଚାଳନାରେ ସହଯୋଗ ସହଯୋଗ କରିଥିଲେ।

ସେହିପରି ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ପରିସରରେ ଅବସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ୭୮ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି।
ବକ୍ତାଗଣ ଯୁବଗୋଷ୍ଠୀଙ୍କୁ ଦେଶର ଜାତିର , ପ୍ରାଣ , ଜୀବନ , ଗୌରବ କହି , ସେମାନଙ୍କର ସମର୍ପିତ ଜାତୀୟ ସେବାହିଁ ଜରୁରୀ କହିଥିଲେ। ଅନୁଷ୍ଠାନର ମୁଖ୍ୟ ତଥା ୟୁ.ଟେକ୍ ର ସଂସ୍ଥାପକ ତଥା ନିର୍ଦ୍ଦେଶକ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ବିଶିଷ୍ଟ ଅତିଥି ହରିମୋହନ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାଗବତ ପାଢ଼ୀ , ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀ , ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ଏହି ଉତ୍ସବରେ ତର୍କ , ପ୍ରବନ୍ଧ , ନୃତ୍ୟ ଓ ଦେଶାତ୍ମକ ବୋଧକ ଗୀତ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ବିଜୟୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସ୍ନେହା ବେହେରା ଧନ୍ୟବାଦ୍ ଅର୍ପଣ କରିଥଲେ।ଏହି କାର୍ଯ୍ୟକ୍ରମକୁ ସତ୍ୟ ପ୍ରଧାନ , ପ୍ରଣବ ପଣ୍ଡା ପରିଚାଳନା କରିଥିଲେ।

Leave A Reply

Your email address will not be published.