ବୋଷ କିଡ୍ସ ପ୍ଲେ ସ୍କୁଲ ରେ ୭୮ତମ ସ୍ଵାଧୀନତା ଦିବସ ପାଳନ ଅତି ଆଡମ୍ବର ସହ ପାଳିତ

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଥିବା ବୋଷ କିଡ୍ସ ପ୍ଲେ ସ୍କୁଲ ରେ ୭୮ତମ ସ୍ଵାଧୀନତା ଦିବସ ପାଳନ ଅତି ଆଡମ୍ବର ସହ ପାଳିତ ହୋଇଯାଇଛି।
ବୋଷ କିଡ୍ସ ପ୍ଲେ ସ୍କୁଲର ଅଧ୍ୟକ୍ଷ ଡଃ. ଆଲୋକ କୁମାର ବୋଷ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ବିଦ୍ୟାଳୟର କୁନି କୁନି ପିଲାମାନେ ଜାତୀୟ ସଂଗୀତ ଗାନ କରିଥିବା ବେଳେ କୁନିକୁନି ଶିଶୁଙ୍କ ଦ୍ବାରା ପ୍ରତ୍ୟୁଷ ବେହେରା , ଦିବ୍ୟଙ୍କା ପ୍ରିୟଦର୍ଶିନୀ ସାଇ ଅଙ୍କିତ , ଜିହାନଜିତ୍ ତରାଈ , ଆରୋଭ ଗମାଙ୍ଗ , ଆରୋଧ୍ୟା ଗମାଙ୍ଗ , ହେମାଦ୍ରି ରଣା , ନୈଇମିସା ଜେନା , ତନଭିର ପରିଚ୍ଛା , ଗଣତନ୍ତ୍ର ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କହିଥିଲେ।
କୁନି କୁନି ଛୁଆଁ ଙ୍କ ଦ୍ୱାରା ଅନେକ ମହାନ୍ ମହାପୁରୁଷ ଓ ଭାରତ ମାତାଙ୍କ ଭଳି ଫ୍ୟାନ୍ସି ପୋଷାକର ଆୟୋଜନ ହୋଇଥିଲା। ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରିୟଙ୍କା ପରିଡା ଅତି ସୁନ୍ଦର ଭାବେ ସ୍ଵାଧୀନତା ସଂଗ୍ରାମୀ ଙ୍କ ବଳିଦାନ ଠାରୁ ସ୍ବାଧୀନ ପର୍ଯ୍ୟନ୍ତ ଦେଶ ପାଇଁ ତ୍ୟାଗ ଓ ବୀରତ୍ବର ପରିଭାଷାକୁ କୁନି କୁନି ଛୁଆଁ ମାନଙ୍କୁ ବକ୍ତବ୍ୟ ଦ୍ବାରା ବୁଝାଇଥିଲେ।
ଅଧ୍ୟକ୍ଷ ଡଃ ଆଲୋକ କୁମାର ବୋଷ ଆଜିର ଗୁରୁତ୍ବ ପୂର୍ଣ୍ଣ ଦିବସ ବିଷୟର ସମାଜରେ ଏବଂ ଛୋଟ ଛୋଟ କୁନି ପିଲା ମାନଙ୍କୁ ଶିକ୍ଷାର ଆବଶ୍ୟକ‌ତା ସହ ଭାରତର ନାଗରିକ ପାଇଁ ଏକତାର ଆବଶ୍ୟକ ସହ ସ୍ଵାଧୀନତା ସଂଗ୍ରାମୀଙ୍କର ବୀରତ୍ବର ବାର୍ତା ଦେଇଥିଲେ ଏବଂ ଦେଶପ୍ରେମ, ରାଷ୍ଟ୍ର ପ୍ରେମ ଉପରେ ଗୁରୁତ୍ବ ଦେଇଥିଲେ। ନୃତ୍ୟ ଶିକ୍ଷକ ଚିତ୍ତରଞ୍ଜନ ଦ୍ୱାରା ବୋଷ କିଡ୍ସ ପ୍ଲେ ସ୍କୁଲର କନି କୁନି ଶିଶୁ ମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ।
ଫ୍ୟାନ୍ସି ପୋଷାକ , ନୃତ୍ୟ ଓ ବକ୍ତବ୍ୟ ପରିବେଷଣ କରିଥିବା ଶିଶୁ ମାନଙ୍କୁ ମାନପ‌ତ୍ର ବୋଷ କିଡ୍ସ ପ୍ଲେ ସ୍କୁଲର ଅଧ୍ଯକ୍ଷ ଡଃ. ଆଲୋକ କୁମାର ବୋଷଙ୍କ ଦ୍ବାରା କନି କୁନି ଶିଶୁ ମାନଙ୍କୁ ପ୍ରଦାନ କରାଯାଇଥିଲା। ବୋଷ କିଡ୍ଗ ପ୍ଲେ ସ୍କୁଲ ର ଅଧ୍ୟକ୍ଷା ଲିଲି ସାହୁ ,ଶି କ୍ଷୟତ୍ରୀ ସୋନାଲି ପାଣିଗ୍ରାହୀ , ସଞ୍ଜନା ରାଉଳ , ପ୍ରିୟଙ୍କା ପରିଡା ଓ ସୁନନ୍ଦିନି ଲିମା , ଦିପିକା , ପଲ୍ଲଭୀ ପଟ୍ଟନାୟକ , ନୃତ୍ୟ ଶିକ୍ଷକ ଚିତ୍ତରଞ୍ଜନ ଓ ସେବିକା ସୁକାନ୍ତଳା , ଅନିତା ଓ ଅମ୍ବିକା , ସୁନିଲ ପଟ୍ଟନାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.