୭୮ତମ ସ୍ବାଧୀନତା ଦିଵସ ପାଳନ କଲା ଖଲ୍ଲିକୋଟ ଏନ୍ ଏ ସି।

6

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) :  ଭାରତ ସ୍ବାଧିନତା ପାଇବାର ୭୭ ବର୍ଷ ପୁର୍ତ୍ତି ହୋଇ ୭୮ତମ ସ୍ବାଧୀନତା ଦିଵସ ପାଳନ କରିଛି। ଏଅଵସରରେ କହିବାକୁ ଗଲେ ଖଲ୍ଲିକୋଟ ର ବିଭିନ୍ନ ଅନୁଷ୍ଠାନ ତଥା ଅଫିସ୍ ବାଡି ରେ ମଧ୍ୟ ମହାଆଡମ୍ବରରେ ସ୍ବାଧୀନତା ଦିଵସ ପାଳନ କରାଯାଇଛି । କିନ୍ତୁ ଖଲ୍ଲିକୋଟ ଏନ୍ ଏ ସି ସ୍ବାଧୀନତା ଦିଵସ ପାଳନ କରିଛି ଅଲଗା ଢ଼ଙ୍ଗ ରେ, ଆଜିର ଏ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ର ସ୍ଥାନୀୟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ ସ୍ବାଧୀନତା ସଂଗ୍ରାମୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ତାପରେ ପତାକା ଉତ୍ତୋଳନ କରିଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।
ଏବଂ ତା ସଙ୍ଗେ ସଙ୍ଗେ ଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତ ବୋଲି ଥିଲେ। ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଭଷଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦେଶମାତୃକାର କର୍ତ୍ତବ୍ୟ ଉପରେ ମତପୋଷଣ କରିଥିଲେ ବୋଲି ଜଣାପଡିଛି।
ଖଲ୍ଲିକୋଟ ଏନ୍ ଏ ସି ଚେୟାର ମେନ୍ ନିରଞ୍ଜନ ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ନା଼ୟକ , କାଉନ୍ ସିଲର, ତଥା ଅନ୍ୟାନ୍ୟ କର୍ମ ଚାରୀ ଙ୍କ ଗହଣରେ ଖଲ୍ଲିକୋଟ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଓ ଗର୍ଭ ବତୀ ମହିଳାମାନଙ୍କୁ ଫଳ ବଣ୍ଟନ କରାଯିବା ପରିଲକ୍ଷିତ ହୋଇଥିଲା । ଓଡ଼ିଶାର ଇତିହାସରେ ଖ୍ୟାତି ଅର୍ଜନ କରିଥିବା ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଙ୍କୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ନିରଞ୍ଜନ ବେହେରା ଙ୍କ ସମେତ ଅନ୍ୟାନ୍ୟ ବହୁ ବରିଷ୍ଠ ନାଗରିକ ବୋଲି ଜଣାପଡିଛି।

Leave A Reply

Your email address will not be published.