କଲ୍ୟାଣସିଂପୂର୍ : ରାୟଗଡା ଜିଲ୍ଲାର କଲ୍ୟାଣସିଂପୂର୍ ବ୍ଲକର କୁମ୍ଭାର ସାହିର ବାସିନ୍ଦା ଲାଡି ସନ୍ତୋଷ କୁମାର ବୟସ 35 ବର୍ଷ ଅଭିଯୋଗ ଆଧାରରେ କଲ୍ୟାଣସିଂପୁର ପୋଲିସ୍ ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଲାଡି ସନ୍ତୋଷ କୁମାର କହିବା ଅନୁଯାୟୀ ବିଳମ୍ବିତ ରାତିରେ ତାଙ୍କ ଦୋକାନ ଗୃହର ଚାବି ଭାଙ୍ଗି ଦୃର୍ବୁତ୍ତ ମାନେ ଚୋରୀ ଘଟଣା ଘଟାଇଛନ୍ତି। ଉକ୍ତ ଅଭିଯୋଗକୁ ଆଧାର କରି ତଦନ୍ତ ଆଧାର କରି ଅନୁସଂଧାନ ଆରମ୍ଭ କରିଥିଲେ। ପୋଲିସ୍ ତିନି ଜଣ ଚୋର ଙ୍କୁ ଆରେଷ୍ଟ କରିଥିଲେ। ଚୋର ମାନଙ୍କ ମଧ୍ୟରୁ ଜଣେ ନାବାଳକ ସମ୍ପୃତ୍ ଥିବା ଜଣାପଡିଛି। ଉପ ଖଣ୍ଡିୟ ପୋଲିସ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ରଶ୍ମି ରଞ୍ଜନ ସେନାପତିଙ୍କ ସୁଚନା ଅନୁଯାୟୀ ଚୋରୀ ଘଟଣା ରେ ସମ୍ପୃକ୍ତ ଥିବା ଚୋର ମାନେ ହେଲେ କାଶିପୁର ଥାନା ଅନ୍ତର୍ଗତ ବଡ ମାଣ୍ଡିବିଶି ଗ୍ରାମର ଅଭିରାମ ନାୟକ ଙ୍କ ପୁଅ ଆଶିସ୍ ନାୟକ (19), ମିନାଖୁଟି ଗ୍ରାମର ମହେଶ ନାୟକ ଙ୍କ ପୁଅ ହେମନ୍ତ ନାୟକ (19), ଓ ଜଣେ ନାବାଳକ। ସେମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଜବତ କରିଥିବା ଜିନିଷ ଗୁଡ଼ିକ ହେଲା ଗୋଟିଏ ବୁଲୋର ନମ୍ୱର OR-07-K-3245, ଗୋଟିଏ ଦୁଇ ଚକ ହେରୋ ଗ୍ଲମୋର ବାଇକ୍ ନମ୍ୱର OD-10-Q-9552 ନଗଦ 69,000 / ଟଙ୍କା ଓ ଏକ କ୍ଵିଣ୍ଟାଲ ଚାଉଳ ବସ୍ତା, ଟାୱାର ଫେନ୍, ଗୋଟିଏ ଛୋଟ ଇଲେକ୍ଟ୍ରୋନିକ୍ ଫୋନିକ୍ସ ଓଜନ ମେସିନ୍,ଗୋଟିଏ ବଡ଼ ଓଜନ ମେସିନ୍,ଗୋଟିଏ ଉଜ୍ଜ୍ୱଳ ଇନଭର୍ଟର ବ୍ୟାଟେରୀ,11 ଖାଲି ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡରର, କିଛି ଶୁଖିଲା ରାସନ ଜିନିଶ ଜବତ କରାଯାଇ ଥିଲା । କେ.ସିଙ୍ଗପୁର PS କେସ୍ ନମ୍ବର 87 dt 08.08.2024 U / S-331 (4) / 305 BNS ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post