ରୋହିଜ୍ଞା ହଟାଅ ଗୁଣପୁର ବଞ୍ଚାଅ

6

ଗୁଣପୁର: ଗତ ଦିନରେ ବାଂଳାଦେଶ ରେ ହୋଇଥିବା ଗୃହ ଯୁଦ୍ଧ ଓ ପାରବର୍ତ୍ତୀ ମୁହୂର୍ତ୍ତ ରେ ସେହି ଦେଶ ର ସରକାର ପରିବର୍ତନ ସେମାନଙ୍କ ଅଭ୍ୟାନ୍ତରୀଣ ବିଷୟ ହୋଇଥିଲେ ମଧ୍ୟ ହିନ୍ଦୁ ସମାଜ ଉପରେ ସେହି ପ୍ରଭାବ ପଡିବା ଦୁର୍ଭାଗ୍ୟ ବିଷୟ l ସେହି ଦେଶରେ କଟରପନ୍ଥୀ ମାନେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରିବା, ମା /ଭଉଣୀ ଙ୍କ ବଳତ୍କାର କରିବା, ହତ୍ୟା କରିବା, ହିନ୍ଦୁ ମାନଙ୍କ ସମ୍ପତି କୁ ନଷ୍ଟ କରିବା, ହିନ୍ଦୁ ମନ୍ଦିର ଗୁଡିକୁ ନଷ୍ଟ କରିବା ସମଗ୍ର ବିଶ୍ୱ ର ହିନ୍ଦୁ ସମାଜ ନିମନ୍ତେ ଏହା ଅସହ୍ୟ l ଏହିଭଳି କୃତ୍ୟ ମାନଵ ସମାଜ ନିମନ୍ତେ ଘୃଣ୍ୟ l
ସେହି ଦେଶ ଗଠନ ରେ ହିନ୍ଦୁ ମାନଙ୍କ ଭୂମିକା ଓ ଆମ୍ଭ ଭାରତ ବର୍ଷ ର ଭୂମିକା ଗୁରୁତ୍ୱପୂ୍ଣ୍ଣ ତେଣୁ ବିଶ୍ୱ ର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ବାଂଲାଦେଶ ର ହିନ୍ଦୁ ମାନଙ୍କ ସୁରକ୍ଷା ଓ ଥଇଥାନ ନିମନ୍ତେ ମହାମହିମ ରାଷ୍ଟ୍ରପତିଙ୍କ, ଭାରତ ସରକାର ଓ ଗୁଣପୁର ଉପଖଣ୍ଡ ଆରଖ୍ୟ ଅଧିକାରୀ ହସ୍ତକ୍ଷେପ କରିବାକୁ ଗୁଣପୁର ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଗଲା ଏବଂ ଗୁଣପୁର ରେ ବସ ବାସ କରୁଥିବା ରୋହିଜ୍ଞା ମାନଙ୍କୁ ଚିହ୍ନଟ କରି ଗୁଣପୁର ସହର ରୁ ବିତାଡିତ କରାଯାଉ ବୋଲି ଗୁଣପୁର ଆରଖ୍ୟ ଅଧିକାରୀ ଙ୍କୁ ଅନୁରୋଧ କରାଗଲା।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.