ଶାସକ ପ୍ରଶାସକ :ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ମହୁଲବରେଇ ଗ୍ରାମ ସ୍ଥିତ ପାଲ ବିହାର ଠାରେ ଥିବା ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ହର ଘର ତ୍ରିରଙ୍ଗା ଏବଂ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଜାତୀୟ ସେବା ଯୋଜନା ଦ୍ଵାରା ହୋଇଥିବା ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ହୋଇ ଥିବା ବେଳେ ବିଦ୍ୟାଳୟର ସେବା ଯୋଜନା ଅଧିକାରୀ ଅଧ୍ୟାପକ ମାନସ କୁମାର ପତି ପରିଚାଳନା କରିଥିଲେ। ଅଧ୍ୟାପିକା ସୁଜାତା ପଟ୍ଟନାୟକ, ଅଧ୍ୟାପକ ନିର୍ମଳ ଦାସ ଏବଂ ଶିବଶଙ୍କର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଜାତୀୟ ପତାକା ଧରି ହର ଘର ତ୍ରିରଙ୍ଗା,ଭାରତ ମାତା କି ଜୟ ପ୍ରଭୃତି ନାରା ଦେଇ ଏକ ବିରାଟ ପଟୁଆରରେ ବାହାରି ମହୁଲରେଇ ଗ୍ରାମ କୁ ଫେରି କରି ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରି ସାରିବା ପରେ ବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବ ରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ଶ୍ରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ କିଛି ବାର୍ତ୍ତା ଦେଇଥିଲେ । ଅଧ୍ୟାପିକା ସୁଜାତା ପଟ୍ଟନାୟକ ସ୍ୱାଧୀନ ଭାରତର ନାଗରିକ ଭାବରେ ଆମ୍ଭ ମାନଙ୍କ କର୍ତ୍ତବ୍ୟ ବିଷୟରେ ସେଚ୍ଛା ସେବୀ ମାନଙ୍କୁ ବୁଝାଇ ଥିଲେ । ସଭାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପକ ମାନସ କୁମାର ପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା କାର୍ଯ୍ୟ ଟିକୁ ସମାପ୍ତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post