ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ପାଳନ ହେଲା ୭୮ ତମ ସ୍ବାଧିନତା ଦିବସ ।

6

ଶାସକ ପ୍ରଶାସକ – ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସରକାରଙ୍କ ଆହ୍ବାନ କ୍ରମେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ରେ ସମଗ୍ର ରାଜ୍ୟରେ ପ୍ରତି ଘରେ ଘରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତା ର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରପୋଖରିଆ ଠାରେ ବାବା ଲୋକେଶ୍ୱର ଶିବ ମନ୍ଦିର ଠାରୁ ଆରମ୍ଭ କରି ବମ୍ବେ ଛକ ବଜାର ଦେଇ ରାଜାଲୋକା ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ସହ ଯାତ୍ରା ଆରମ୍ଭ ହୋଇ ଥିଲା । ଉକ୍ତ ଶୋଭା ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଡ଼ିଓ,ତହସିଲଦାର ଏବଂ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ବରିଷ୍ଠ ନାଗରିକ ଏବଂ ବିଜେପି ର ନେତୃମଣ୍ଡଳୀ ସହିତ ବହୁ କର୍ମୀ ଯୋଗ ଦେଇଥିଲେ । ତେବେ ଆଜି ଅଗଷ୍ଟ ମାସର ୧୫ ତାରିଖ ହୋଇ ଥିବାରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍କୁଲ ,କଲେଜ,ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଦିବସରେ ଝାରପୋଖରିଆ ସ୍ଥିତ ଲିଟିଲ୍ ପ୍ଲେ ସ୍କୁଲ ଏବଂ ଷ୍ଟାଡି ଗାର୍ଡେନ ଓ ସାଇନିଂ ଟିଉ ଟୋ ରିଆଲ ରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ଲେ ସ୍କୁଲ ର କିନିକୁନି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରୁ ବାହାରି ଗୋଲେଇ ପର୍ଯ୍ୟନ୍ତ ପ୍ରଭାତ ଫେରି କରି ବିଦ୍ୟାଳୟକୁ ଆସି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଏବଂ ସମ୍ମାନୀୟ ଅତିଥି ଭାବେ ମୋନାଲିସା ବେହେରା ଯୋଗ ଦେଇଥିବା ବେଳେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ପ୍ଲେ ସ୍କୁଲ ର ଗୁରୁମା ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ସାଇନିଂ ଟିଉ ଟୋ ରିଆଲ୍ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅମିୟ ଚରଣ ଦ୍ଵାରି ଓ ସମ୍ମାନୀୟ ଅତିଥି ଭାବେ ଅଶୋକ କୁମାର ପୃଷ୍ଟି ଯୋଗ ଦେଇ ଥିବା ବେଳ ଅତିଥି ମଳୟ କୁମାର ନାୟକ,ଦିପୁ ମହାପାତ୍ର,ମୋହିତ କୁମାର ମଣ୍ଡଳ ଏବଂ ରାଜ କିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ମୂଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ଏବଂ ଅତିଥି ମାନଙ୍କ ଦ୍ଵାରା ୨୦୨୩-୨୪ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ରେ ଉତ୍କୃଷ୍ଟ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସୀମାନ୍ତ ମହାବିଦ୍ୟାଳୟ ର ତର୍କସସ୍ତ୍ରରେ ସର୍ବୋଚ୍ଚ ୯୩ ଶତକଡା ନମ୍ବର ରଖିଥିବା ଛାତ୍ରୀ ଦିପ୍ତିମୟୀ ମହାନ୍ତ ଏବଂ ରାଜନୀତି ବିଜ୍ଞାନରେ ଛାତ୍ର ସପନ କୁମାର ମହାନ୍ତ ଙ୍କୁ ମଧ୍ଯ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.