ବେଲଗୁଣ୍ଠା : -(ଶିବରାମ ଚୌଧୁରୀ )-ନେଟଙ୍ଗା ୭୮ତମ ସ୍ୱାଧୀନତା ଦିବସ ଅବସରରେ ଶହେ ବର୍ଷରୁ ଉର୍ଦ୍ଧ ପୁରାତନ ସାଂସ୍କୃତିକ ସଂଗଠନ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ନେଟଙ୍ଗା ମଣ୍ଡଳ ତରଫରୁ ବିଭିନ୍ନ ରାଷ୍ଟ୍ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ପ୍ରଭାତ ଫେରିରେ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରି ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳଙ୍କ ଦ୍ୱାରା ଧ୍ବଜା ଉତ୍ତୋଳନ କରାଯାଇଥିଲା, ମୁଖ୍ୟଅତିଥି ଭାବେ ଜିଲ୍ଲା ସଭାପତି ପ୍ରହଲ୍ଲାଦ ଲେଙ୍କା ଯୋଗଦାନ କରି ରାଷ୍ଟ୍ର ଓ ରାଷ୍ଟ୍ର ଭବିଷ୍ୟଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ, ସଂଗଠନ ତରଫରୁ ବୃକ୍ଷ ରୋପଣ “ମା ପାଇଁ ଗଛ ଟିଏ” କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଉତ୍ସାହର ସହ ଭାଗ ନେଇଥିଲେ l ନେଟଙ୍ଗା ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପଲ୍ଲୀରୁ ପଲ୍ଲୀ କର୍ମକର୍ତ୍ତା ଓ ମଣ୍ଡଳ ଉପ ସଭାପତି ରାମଚନ୍ଦ୍ର ବାରିକ, ସହ ସମ୍ପାଦକ ରଙ୍କନିଧି ସ୍ୱାଇଁ, କୋଷାଧକ୍ଷ କୁନା ପରିଡା, ସଂଗଠନ ସମ୍ପାଦକ ଲକ୍ଷ୍ମଣ ପରିଡା, ଜନପ୍ରତିନିଧି ଇଙ୍ଗିନାଠି ସରପଞ୍ଚ ଶୁକଦେବ ସ୍ୱାଇଁ, କେନ୍ଦ୍ରୀୟ ସଂଗଠନ ସମ୍ପାଦକ ହରିବନ୍ଧୁ ଲେଙ୍କା, କେନ୍ଦ୍ରୀୟ ସଦସ୍ୟ କୁଞ୍ଜବିହାରୀ ମହାନ୍ତି ଉପସ୍ଥିତରେ ଆଗାମୀ ଦିନରେ ସଂଗଠନକୁ ଅଧିକା ସକ୍ରିୟ, ଶୃଙ୍ଖଳା ଓ ମଜବୁତ କରିବା ପାଇଁ ସାଙ୍ଗଠନିକ ଆଲୋଚନା କରାଯାଇଥିଲା ଉତ୍କ ସଭାକାର୍ଯ୍ୟକୁ ମଣ୍ଡଳ ସମ୍ପାଦକ କୃଷ୍ଣଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ ଏବଂ ସର୍ବଭାରତୀୟ ସ୍ତରରେ ଚାଲିଥିବା ରାଷ୍ଟ୍ର ପ୍ରେମ ଭିତ୍ତିକ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅଙ୍କ ସଂଯୋଜନାରେ ସଂଗଠନର ସର୍ବୋଚ୍ଚ ନେତୃତ୍ୱ କୁଳାଧିପତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ତ୍ରିରଙ୍ଗା ପଟ୍ଟଚିତ୍ର ପ୍ରଦାନ କରି ସମସ୍ତ ଲକ୍ଷ ଲକ୍ଷ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଥିଲେ l ଶେଷରେ ସମ୍ପାଦକ କୃଷ୍ଣଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.