ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ବାଣିଜ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି।ବାଣିଜ୍ୟ ବିଭାଗର ମୁଖ୍ୟ ଶିବପ୍ରସାଦ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିଂଜିଳିକାଟୁ (ସ୍ୱୟଂଶାସିତ) ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟବକ୍ତା ରୂପେ ଯୋଗଦାନ କରି “ବାଣିଜ୍ୟ ଶିକ୍ଷାରେ ପ୍ରଗତି ଏବଂ ସମାଜରେ ଏହାର ଉପକାରୀତା” ବିଷୟରେ ସେ ଆଲୋକପାତ କରିଥିଲେ। ଆଜିର ସମାଜରେ ବାଣିଜ୍ୟ ଶିକ୍ଷାରେ ମୂଲ୍ୟବୋଧତା ତଥା ସରକାରୀ ଓ ଉଦ୍ୟୋଗ କ୍ଷେତ୍ରରେ ଏହାର ପ୍ରାଧାନ୍ଯତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଡ.ବିଘ୍ନରାଜ ମିଶ୍ର ଦ୍ୱାରା ଏହି ସେମିନାର ଉଦ୍ଘାଟିତ ହୋଇଥିଲା। ଡ.ସୁମନ୍ତ ବେହେରା ଆସିସ୍ଟାଣ୍ଟ ପ୍ରଫେସର୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ.ଶୁଭେନ୍ଦୁ କୁମାର ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।ଏଥିରେ ବିଭାଗର ଅଧ୍ୟାପକ ତଥା ଅଧ୍ୟାପିକା ସୁଭାଷ ଚନ୍ଦ୍ର ଖୁଣ୍ଟିଆ , ପ୍ରଦୀପ କୁମାର ଶବର ଏବଂ ସିଂଗିପୁରମ୍ ସ୍ୱାତୀଙ୍କ ସହ ବିଭାଗୀୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post