ପୁରାତନ ଛାତ୍ର ଡ.ପ୍ରଫୁଲ୍ଲ କୁମାର ରଥଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରେରଣାର ବାର୍ତ୍ତା

5

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହିଂଜିଳିକାଟୁ (ସ୍ୱୟଂଶାସିତ) ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଡ. ପ୍ରଫୁଲ୍ଲ କୁମାର ରଥ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ବିଦ୍ୟାଳୟର ପୁରାତନ ଛାତ୍ର ହିସାବରେ ଶିକ୍ଷକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ମନେପକାଇଥିଲେ। ସର୍ବୋପରି ଶୃଙ୍ଖଳା କୁ ପାଥେୟ କରି ଭବିଷ୍ଯତରେ ସୁନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଆଜି ବାଣିଜ୍ୟ ଦିବସ ଅବସରରେ ଉଚ୍ଚଶିକ୍ଷା ସ୍ତରରେ ବାଣିଜ୍ୟ ବିଭାଗ ପଢି ସରକାରୀ , ବିଭିନ୍ନ ଉଦ୍ୟୋଗ ତଥା ନିଜେ ଆତ୍ମନିଯୁକ୍ତି ଯୋଜନାରେ ସାମିଲ ହେବାପାଇଁ ଆହ୍ବାନ କରିଥିଲେ। ବିଶେଷ କରି ଅଭିଭାବକମାନେ ନିଜ ପିଲାମାନଙ୍କୁ ଏଦିଗରେ ପ୍ରୋତ୍ସାହନ ଦେବାକୁ କହିଥିଲେ। ସ୍ୱଭାଗ୍ୟର ବିଷୟ ଡ. ରଥଙ୍କ ପିତା ସ୍ୱର୍ଗତ ବିଶ୍ୱନାଥ ରଥ ଉକ୍ତ ବିଦ୍ୟାଳୟର ଶିକ୍ଷକ ଥିଲେ। ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପୌରହିତ୍ୟ କରିଥିଲେ ଏବଂ ଡ. ରଥଙ୍କୁ ନିଜର ଆଗ୍ରହ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ସଂପାଦକ ଭାଗବତ ପାଢୀ ଏବଂ ପୁରାତନ ଛାତ୍ର ନିମାଇଁ ପାତ୍ର ତଥା ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.