ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ବିଭିନ୍ନ ରାଜପଥକୁ ସଂପ୍ରସାରଣ କରି ଗୁଣପୁର ରାୟଗଡା ଓ ଭବାନୀପାଟଣା ସହ ଯୋଡିବାକୁ ଦାବି କରିଛି ଗୁଣପୁର ନବ ନିର୍ମାଣ ସମିତି । ସମିତିର କର୍ମକର୍ତ୍ତା ମାନେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ରେ ଭେଟି ଏହି ଦାବି ଜଣାଇଥିଲେ। ପୁର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ୧୬ ନମ୍ବର ଜାତୀୟ ରାଜପଥ କୁ ପଲାସା ଠାରୁ ଭବାନୀପାଟଣା ଯାଏଁ ସଂପ୍ରସାରଣ ପ୍ରକଳ୍ପ କୁ ତୁରନ୍ତ କାର୍ଯ୍ଯକାରୀ କରିବା ସହ ଗୁଣପୁର ସହର ରେ ଏକ ବାଇପାସ୍ ନିର୍ମାଣ ପାଇଁ ଦାବି କରିଥିଲେ । ସେଇଭଳି ପୁରୁଣା ପାଟଣା ଜାତୀୟ ରାଜପଥକୁ ରାୟଗଡା ଯାଏଁ ଯାଏଁ ସଂପ୍ରସାରଣ ଏବଂ ବିଜୟନଗରମ ରୁ ଜାତୀୟ ରାଜପଥ ୧୬କୁ ବାତିଲି ଦେଇ ଗୁଣପୁର ଯାଏଁ ସଂପ୍ରସାରଣ ପାଇଁ ଦାବି କରିଥିଲେ । ସମିତି ର ସଭାପତି ଅକ୍ଷୟ ଦାସ ଓ ସମ୍ପାଦକ ରଂଜିତ ପାଢି ମନ୍ତ୍ରୀ ଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ମାରକପତ୍ର ପ୍ରଦାନ କରିଥିଲେ।